• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳର ଅନ୍ତରୀମ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି, ଘଟଣାକୁ ନେଇ ବ୍ୟକ୍ତ କଲେ ସମବେଦନା

by Voice of Victims
September 18, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନେପାଳର ଅନ୍ତରୀମ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି, ଘଟଣାକୁ ନେଇ ବ୍ୟକ୍ତ କଲେ ସମବେଦନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଅତୁଟ ସମର୍ଥନ ଦେବ ବୋଲି ମୋଦି କହିଛନ୍ତି । ଏହାସହିତ ନେପାଳର ରାଷ୍ଟ୍ରୀୟ ଦିବସ ଅବସରରେ ସୁଶୀଳା କାର୍କି ଏବଂ ନେପାଳର ବାସିନ୍ଦାଙ୍କୁ ନିଜର ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶୀଳା କାର୍କିଙ୍କ ସହିତ ଆତ୍ମୀୟ କଥାବାର୍ତ୍ତା । ନିକଟରେ ହୋଇଥିବା ଦୁଃଖଦ ଜନହାନିରେ ନିଜର ସମବେଦନା ବ୍ୟକ୍ତ କରିବା ସହିତ ଶାନ୍ତି ଏବଂ ସ୍ଥିରତାକୁ ବଜାୟ ରଖିବା ପ୍ରୟାସ ପାଇଁ ଅତୁଟ ସମର୍ଥନ ଯୋଗାଇଦେବ । ଏହାସହିତ ନେପାଳ ଲୋକଙ୍କୁ ସେମାନଙ୍କ ରାଷ୍ଟ୍ରୀୟ ଦିବସ ପାଇଁ ହାର୍ଦ୍ଦିକ ଶୁଭକାମନା । ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୁଶୀଳା କାର୍କିଙ୍କୁ ନେପାଳ ଅନ୍ତରୀମ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ସୂଚନାଯୋଗ୍ୟ, ନେପାଳରେ ସୋସିଆଲ ମିଡିଆ ବ୍ୟାନ ପରେ Gen-Z ବିକ୍ଷୋଭକାରୀ ହିଂସା ଘଟାଇଥିଲେ । ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସା ବନ୍ଦ ହୋଇନଥିଲା ଏବଂ ପ୍ରଦର୍ଶନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In