• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା, ବର୍ଷା ବିତ୍ପାତ ଯୋଗୁଁ ୭ ଜଣଙ୍କ ମୃତ୍ୟୁ

by Voice of Victims
September 23, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା, ବର୍ଷା ବିତ୍ପାତ ଯୋଗୁଁ ୭ ଜଣଙ୍କ ମୃତ୍ୟୁ

କୋଲକାତା: ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା । ସହରର ଚାରିଆଡେ ପାଣି ଆଉ ପାଣି । ବୁଡ଼ିଲା ରାସ୍ତା ଘାଟ, ଘରେ ପଶିଲା ପାଣି । ବର୍ଷା ବିତ୍ପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସୃଷ୍ଟି ହୋଇଛି । ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ କଷ୍ଟକର ହୋଇଯାଇଛି । ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମି ରହିଛି । ଦୁର୍ଗା ପୂଜା ପ୍ରସ୍ତୁତିରେ ବଡ଼ ବାଧକ ସାଜିଛି ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଲିପୁରରେ ୨୪୭ ମିଲିମିଟର ବର୍ଷା ରକେର୍ଡ ହୋଇଛି ।

ଗରିଆ କମଦାହାରିରେ ୩୩୨ ମିଲିମିଟର, ଯୋଧପୁରରେ ୨୮୫, କାଳୀଘାଟରେ ୨୮୦ ଓ ତପସିଆରେ ୨୭୫ , ବେଲିଗଞ୍ଜରେ ୨୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ହାୱଡ଼ା ଷ୍ଟେସନ, ସିଆଲଦା ସାଉଥ ଷ୍ଟେସନ ଓ ଚିତପୁର ନର୍ଥ କ୍ୟାବିନ ଅଞ୍ଚଳରେ ରେଳ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । କୋଲକାତା ମେଟ୍ରୋ ସର୍ଭିସ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି ।

ମଙ୍ଗଳବାର ଦିନ ରାତିସାରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ଅଧିକ ପ୍ରବଳ ବର୍ଷା କରାଇପାରେ । ଏହା ବ୍ୟତୀତ, ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ବର୍ଷାକୁ ଆହୁରି ତୀବ୍ର କରିପାରେ ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In