• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୨୩ ମାସ ପରେ ଜେଲରେ ମୁକୁଳିଲେ ସପା ନେତା ଆଜମ ଖାନ, ୭୨ଟି ମାମଲାରେ ମିଳିଛି ଜାମିନ

by Voice of Victims
September 23, 2025
in ଦେଶ ବିଦେଶ, ମୁଖ୍ୟ ଖବର
୨୩ ମାସ ପରେ ଜେଲରେ ମୁକୁଳିଲେ ସପା ନେତା ଆଜମ ଖାନ, ୭୨ଟି ମାମଲାରେ ମିଳିଛି ଜାମିନ

ଊତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜନୀତିର ଜଣାଶୁଣା ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍ ମିଳିବା ପରେ ୨୩ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି ଆଜମ ଖାନ । ତାଙ୍କ ଉପରେ ୧୦୪ଟି କେସ୍ ରହିଛି । ଗତ ୨୩ ମାସ ଧରି ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀ ଥିଲେ । ଜେଲରୁ ଆଜମ ମୁକୁଳିବା ପରେ ଜେଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିଲା ।

ନିକଟରେ ଆଜମ ଖାନଙ୍କୁ କ୍ୱାଲିଟି ବାର୍ ଜମି ଦଖଲ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଆଜମ ଜେଲରୁ ବାହାରିବା ପରେ ସମର୍ଥକ ଜୋରଦାର ସ୍ୱାଗତ କରିଛନ୍ତି । ଦଳୀୟ କର୍ମୀଙ୍କ ମହଲରେ ଖୁସିଲ ଲହରୀ ଖେଳି ଯାଇଛି । ଆଇନ ପ୍ରକ୍ରିୟା ସରିବା ପରେ କଡା ସୁରକ୍ଷାବଳ ଭିତରେ ଜେଲରୁ ବାହାରିବା ପରେ ପୁଅଙ୍କ ସହ ରାମପୁର ଅଭିମୁଖେ ଯାତ୍ରା କରିଛନ୍ତି ଆଜମ ।

ଉତ୍ତର ପ୍ରଦେଶ ରାମପୁରର ଆଜମ ଖାନ କ୍ୱାଲିଟି ବାର୍ ମାମଲା ଦୀର୍ଘ ଦିନ ଧରି ବିବାଦରେ ରହିଛି । ସେ ୨୦୧୩ରେ ମନ୍ତ୍ରୀ ଥିବା ସମୟରେ କ୍ୱାଲିଟି ବାର୍ର ଜମିକୁ ଅବୈଧ ଭାବେ ଦଖଲ କରି ପତ୍ନୀ ଓ ପୁଅଙ୍କ ନାମରେ କରିଥିଲେ । ୨୦୧୯ ଜମି ମାଲିକ ଗଗନ ଅରୋଡାଙ୍କ ଅଭିଯୋଗ ପରେ ଏଫଆଇଆର ଦାୟର ହୋଇଥିଲା । ୨୦୨୪ରେ ଆଜମଙ୍କୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ୨୦୨୫ ମେରେ ଏମପି-ଏମଏଲଏ କୋର୍ଟ ଜାମିନ ଖାରଜ କରିଥିଲେ । ହେଲେ ସେପ୍ଟେମ୍ବରରେ ଅହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେବେଠୁ ସେ ସୀତାପୁର ଜେଲରେ ବନ୍ଦୀ ଥିଲେ ।

ଆଜମ ଖାନଙ୍କ ବିରୁଦ୍ଧରେ ଜମି ହଡ଼ପ, ଠକେଇ ଏବଂ ଧମକ ସହିତ ଜଡିତ ଅନେକ ମାମଲା ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ଏବଂ ତାଙ୍କ ପରିବାର ବିରୁଦ୍ଧରେ ୨୦୦ ରୁ ଅଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ କେବଳ ଆଜମ ଖାନଙ୍କ ବିରୁଦ୍ଧରେ ୧୦୦ ରୁ ଅଧିକ ମାମଲା ରହିଛି ।

Post Views: 48
Share199Tweet125Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In