• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କରୁର ଦଳାଚକଟା : ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଥାଲପତି ବିଜୟ

by Voice of Victims
September 28, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କରୁର ଦଳାଚକଟା : ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଥାଲପତି ବିଜୟ

ତାମିଲନାଡୁ : ତାମିଲନାଡୁର କରୁର ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳାଚକଟା ଦେଶକୁ ଦୋହଲାଇ ଦେଇଛି । ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ବିଜୟ । ଏହାସହିତ ଆହତଙ୍କୁ ୨-୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଟିଭିକେର ଦୁଇ ନେତାଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି ।ବିଜୟ ସେସିଆଲ ମିଡିଆରେ ବିଜୟ ଲେଖିଛନ୍ତି, ମୋ ହୃଦୟ ରେ ଥିବା ସମସ୍ତ ଲୋକଙ୍କୁ ନମସ୍କାର । କାଲି ଯାହା କରୁରରେ ହୋଇଥିଲା, ତାହା ଭାବି ମୋ ହ୍ଦୟ ଏବଂ ମୁଣ୍ଡ କାମ କରୁନି । ଏଭଳି ଦୁଃଖ ସ୍ଥିତିରେ ନିଜର ସଂପର୍କୀୟକୁ ହରାଇବାର କଷ୍ଟ କେମିତି କହିବି, ତାହା ଜାଣିନି । ମୋ ମନ ବହୁତ ଦୁଃଖ ।

ଏହା ଏମିତି କ୍ଷତି ଯାହାକୁ ମୁଁ କେବେ ବି ଭରଣ କରିପାରିବି ନାହିଁ । ଏହି କ୍ଷତି ଆଗରେ କୌଣସି ରାଶିର ବଡ଼ ନୁହେଁ । ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି କି, ଯେଉଁମାନେ ଆହତ ହୋଇଛନ୍ତି, ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।ଏଥିରେ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି । ଆହୁରି ବଢିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୯ ଶିଶୁ ୧୨ ଜଣ ମହିଳା ରହିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ୨ଜଣ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଅଘଟଣରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ବିଜୟଙ୍କ ସଭାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି । ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୩୦ ହଜାର ଲୋକ ଯୋଗ ଦେଇଥିଲେ ।

ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସଭାସ୍ଥଳରେ ପ୍ରାୟ ୬ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ । ରାଲି ପାଇଁ ଦିନ ୩ଟାରୁ ରାତି ୧୦ଟା ଯାଏଁ ମିଳିଥିଲା । କିନ୍ତୁ ଲୋକ ସକାଳ ୧୧ଟାରୁ ଜମା ହୋଇଥିଲେ ।ଆଉ ଅନ୍ୟ ଏକ କାରଣ ହେଉଛି ଗୁଳୁଗୁଳି ଓ ଅଣନିଶ୍ବାସୀ । ସଭାସ୍ଥଳରେ ଘଣ୍ଟା ଘଣ୍ଟା ଧରି ଲୋକ ଛିଡା ହେବାରୁ ଅଣନିଶ୍ବାସୀ ହୋଇପଡିଥିଲେ । ବିଜୟଙ୍କ ବସ୍ ନିକଟକୁ ଯିବା ପାଇଁ ଆଗକୁ ଦୌଡୁଥିଲେ ସମର୍ଥକ। ସେହି ସମୟରେ କିଛି ଲୋକ ପଡିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା । ଭିଡ଼ ଭିତରେ ଆମ୍ବୁଲାନ୍ସ ଚଳାଚଳରେ ମଧ୍ୟ ଅସୁବିଧା ହୋଇଥିଲା । ରାଲିରେ ୫୦୦ରୁ ଅଧିକ ପୋଲିସ କର୍ମୀ ନିୟୋଜିତ ଥିଲେ ।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In