ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ‘X’ରେ ପୋଷ୍ଟ । BJDର ନେତା, କର୍ମୀ ଓ ସମର୍ଥକ, ଯେଉଁମାନେ ନୂଆପଡ଼ା ଉପ-ନିର୍ବାଚନରେ ଏକାଠି ଠିଆ ହୋଇଥିଲେ, ଅକ୍ଳାନ୍ତ ପରିଶ୍ରମ କରିଥିଲେ । ବିଜେଡି ପାଇଁ ସର୍ବସ୍ୱ ଦେଇଥିଲେ, ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆପଣଙ୍କର ପ୍ରତିବଦ୍ଧତା ଓ ମନୋଭାବ ହିଁ ଆମ ଦଳର ପ୍ରକୃତ ଶକ୍ତି ବୋଲି କହିଛନ୍ତି ନବୀନ । ଏଥିସହ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ନୂଆପଡ଼ାରେ ବିକାଶ ଆଣି ଜନାଦେଶକୁ ସମ୍ମାନ ଦେବେ ବୋଲି ଆଶା କରିଛନ୍ତି । ନିର୍ବାଚନ ଆସେ ଏବଂ ଯାଏ। କିନ୍ତୁ ଆମର ମୂଲ୍ୟବୋଧ ଏବଂ ଲୋକଙ୍କ ଆସ୍ଥା ପ୍ରତି ଆମର ସମ୍ମାନ ସବୁବେଳେ ରହିବା ଦରକାର। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନର ଗଣତାନ୍ତ୍ରିକ ଅଧିକାରକୁ ବଜାୟ ରଖିବା ଆମର ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ।
ବିଜେଡି ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି, ତଥାପି ଲୋକଙ୍କ ପାଇଁ ଲଢ଼ିବାର ଆମର ସଂକଳ୍ପ ଅତୁଟ ରହିଛି ଓ ରହିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ବିଜେଡି ବିଜୁ ବାବୁଙ୍କ ପରି ଲଢୁଆ ନେତାଙ୍କ ଦ୍ୱାରା ଅନୁପ୍ରାଣିତ। ଓଡ଼ିଶାର ଲୋକଙ୍କ ଅଧିକାର ପାଇଁ ଆମର ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି। ଉପ-ନିର୍ବାଚନରେ ବିଜେଡିକୁ ଭୋଟ ଦେଇଥିବା ନୂଆପଡ଼ାବାସୀ ଏବଂ ଅତ୍ୟଧିକ ପରିଶ୍ରମ କରିଥିବା ଦଳୀୟ କର୍ମୀଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି, ତଥାପି ଲୋକଙ୍କ ପାଇଁ ଲଢ଼ିବାର ଆମର ସଂକଳ୍ପ ଅତୁଟ ରହିଛି। ଏହା ସେହିପରି ରହିବ ବୋଲି କହିଛନ୍ତି ନବୀନ।
