ବାଲେଶ୍ଵର ( ଭିଓଭି ) ୧୭/୧୧ : – ରେମୁଣାର ବିଭିନ୍ନ ସ୍ଥାନରୁ ସାଇକେଲ, ବାଇକ୍ ଚୋରି ହେଉଥିବାର ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ ତଦନ୍ତ ଜାରି ରଖୁଥିଲା । ଗତ ୧୪ ତାରିଖରେ ପୁଲିସ ଚଢ଼ଉ କରି ୧୩ଟି ଚୋରା ବାଇକ୍ ଥାନାକୁ ଆଣି ସିସିଟିଭି ଯାଞ୍ଚ ଆଧାରରେ ଜଣେ ବ୍ୟକ୍ତିକୁ ଠାବ କରିଥିଲା। ୧୫ ତାରିଖରେ ଏଏସଆଇ ନୀଳମଣି ଦାସଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢ଼ଉ କରି ରେମୁଣା ମୁକୁନ୍ଦପୁରର ଜଣେ ସମ୍ପର୍କୀୟଙ୍କ ଘରୁ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦ ରାୟପୁର ଗ୍ରାମର ଜାହାଙ୍ଗୀର ହୁସେନ ଖାଁନ(୩୯)କୁ ଗିରଫ କରିବାରେ ସକ୍ଷମ ହୋଇଥୁଲା I
ଅଭିଯୁକ୍ତ ଜାହାଙ୍ଗୀର ସମସ୍ତ ୧୩ଟି ପାଳ ବାଇକ୍ ଚୋରି କରି ବିକ୍ରି କରିଥିଲା ବୋଲି ସ୍ୱୀକାର କରିଛି। ଏହି ଘଟଣାର ଅଧୁକ ତଥ୍ୟ ହାସଲ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ନଂ ୨୦୬/୨୫ରେ ମାମଲା ରୁଜୁ କରି ଜାହାଙ୍ଗୀରକୁ କୋର୍ଟ ଚାଲାଣ କରିଛି ବୋଲି ଅତିରିକ୍ତ ପୁଲିସ ଆରକ୍ଷୀ ଅଧୀକ୍ଷକ ଦେବଜ୍ୟୋତି ଦାଶ ପ୍ରକାଶ କରିଛନ୍ତି।
