• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ, ଦୀର୍ଘଦିନରୁ ସ୍ବାସ୍ଥ୍ୟାବସ୍ଥା ଥିଲା ଗୁରୁତର

by Voice of Victims
November 24, 2025
in ଦେଶ ବିଦେଶ, ମୁଖ୍ୟ ଖବର

ନୂଆଦିଲ୍ଲୀ: ପରଲୋକରେ ହି-ମ୍ୟାନ୍ । ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାସଭବନରେ ନେଲେ ଶେଷ ନିଶ୍ବାସ। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିଲେ ବି ଧର୍ମେନ୍ଦ୍ରଙ୍କୁ ଅବଜରଭେସନରେ ରଖାଯାଇଥିବା ତାଙ୍କ ଟିମ ପକ୍ଷରୁ କୁହାଯାଇଥିଲା ।  କିନ୍ତୁ ଆଜି ତାଙ୍କର ପରଲୋକ ଘଟିଛି ।

ଗତ ସପ୍ତାହରେ ମଧ୍ୟ ବଲିଉଡର ହି- ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟିମ ପକ୍ଷରୁ କୁହାଯାଇଥିଲା । ନିୟମିତ ଭାବେ ଅଭିନେତା ଧର୍ମେନ୍ଦ୍ର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏହି ହସ୍ପିଟାଲକୁ ଆସିଥାନ୍ତି । ତେବେ ଏଥର ଏକାଧିକ ପରୀକ୍ଷା ଥିବାରୁ ବାରମ୍ବାର ମେଡିକାଲକୁ ଯିବା ପରିବର୍ତ୍ତେ ସେ ଡାକ୍ତରଖାନାରେ ଆଡମିଟ୍ ହୋଇଥିଲେ ।

ଡିସେମ୍ବର ୮ ରେ ଧର୍ମେନ୍ଦ୍ର ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିଥାନ୍ତେ । ୨୦୨୪ରେ ଶେଷ ଥର ପାଇଁ ସେ ‘‘ ତେରୀ ବାତୋଁ ମେଁ ଐସା ଉଲଝା ଜିୟା’’ ଫିଲ୍ମରେ ଶଶୀ କପୁର ଓ କ୍ରିତି ଶାନନଙ୍କ ସହ ଅଭିନୟ କରିଥିଲେ । ଧର୍ମେନ୍ଦ୍ରଙ୍କ ଅପକମିଂ ଫିଲ୍ମ ଇକିସ୍ ଆସନ୍ତା ଡିସେମ୍ବର ମାସରେ ରିଲିଜ ହେବ ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In