• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇଥିଓପିଆରେ ଭୟଙ୍କର ଉଦଗୀରଣ, ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ବାତିଲ

by Voice of Victims
November 25, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଇଥିଓପିଆରେ ଭୟଙ୍କର ଉଦଗୀରଣ, ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଇଥିଓପିଆରେ ହେଲି ଗବିନ୍ ଜ୍ୱାଳାମୁଖୀ ବିସ୍ଫୋରଣର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଦ୍ୱାରା ଜ୍ୱାଳାମୁଖୀ ଧୂଆଁ ଓମାନ ଏବଂ ଆରବ ସାଗର ଦେଇ ଭାରତୀୟ ବାୟୁମଣ୍ଡଳରେ ପହଞ୍ଚିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ମୁମ୍ବାଇ–ଦିଲ୍ଲୀ ପାଣିପାଗ କାର୍ଯ୍ୟାଳୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏକ SIGMET ଜାରି କରିଛନ୍ତି । ଏହାରି ମଧ୍ୟରେ ବିମାନ ଚଳାଚଳ ଅଧିକାରୀମାନେ ସତର୍କ କରାଇବା ସହିତ ବିମାନ ଚଳାଚଳ ବନ୍ଦ କରିଛନ୍ତି । ଯାହା ଉଡ଼ାଣ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।  ତେଣୁ ରୁଟ୍ ଏବଂ ଉଡ଼ାଣ ସ୍ତର ଉପରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ ।

ସୂଚନାନୁଯାୟୀ, ଇଥିଓପିଆର ହେଲି ଗବିନ୍ ଜ୍ୱାଳାମୁଖୀ ହଠାତ୍ ବିସ୍ଫୋରଣ ହୋଇଥିଲା । ଜ୍ୱାଳାମୁଖୀ ଉଦଗୀରଣ ହେବା ମାତ୍ରେ ସିଧାସଳଖ ବାୟୁପଥକୁ ପ୍ରଭାବିତ କରେ । ଏହି ଉଦଗୀରଣର ପ୍ରଭାବ ୨୩  ନଭେମ୍ବରରେ ଭାରତ ଉପରେ ପଡିଥିଲା । ଏହି ଉଦ୍ଗୀରଣ ହେବା ଫଳରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟ ଭାରତର ବିମାନ ମାର୍ଗ ନିକଟ ଦେଇ ଗତି କରୁଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ଏୟାର ଇଣ୍ଡିଆର ୧୧ଟି ବିମାନ ଚଳାଚଳକୁ ବାତିଲ କରାଯାଇଛି । ୨୪ ଓ ୨୫ ତାରିଖର ୧୧ଟି ବିମାନ ବାତିଲ କଲା ଏୟାର ଇଣ୍ଡିଆ । AI 106, AI 102-ନ୍ୟୁୟର୍କ-ଦିଲ୍ଲୀ,AI 2204- ଦୁବାଇ-ହାଇଦ୍ରାବାଦ,AI 2290- ଦୋହା-ମୁମ୍ବାଇ, AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ, AI 2250 ଦମ୍ମାମ-ମୁମ୍ବାଇ, AI 2822 ଚେନ୍ନାଇ-ମୁମ୍ବାଇ, AI 2466 ହାଇଦ୍ରାବାଦ-ଦିଲ୍ଲୀ,AI 2444/2445 ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ, AI 2471/2472 ମୁମ୍ବାଇ-କୋଲକାତା-ମୁମ୍ବାଇ ବିମାନ ବାତିଲ୍ କରାଯାଇଛି ।

ଅନ୍ୟପଟେ ଆଗ୍ନେୟଗିରି ଧୂଆଁ ବିମାନ ପାଇଁ ଅତ୍ୟନ୍ତ ବିପଦଜନକ କାରଣ ଏହା ଇଞ୍ଜିନ ବିଫଳତାର କାରଣ ହୋଇପାରେ । ଧୂଆଁ ଇଞ୍ଜିନ ଉପରେ ପ୍ରଭାବ ପକାଇଥାଏ, ଯାହା ଫଳରେ ଅବରୋଧ ସୃଷ୍ଟି ହୁଏ । ୱିଣ୍ଡସିଲ୍ଡ ଏବଂ ସେନ୍ସରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଏ । ଏଥିସହ ବିମାନର ଏୟାରଫ୍ରେମଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ଏହା ରାଡାରରେ ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ ତେଣୁ ବିପଦର ଆଶଙ୍କା ଥାଏ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇ ଏବଂ ଦିଲ୍ଲୀ ପାଣିପାଗ ବିଭାଗର କାର୍ଯ୍ୟାଳୟଗୁଡ଼ିକ SIGMET ଜାରି କରିଛନ୍ତି ।

Post Views: 21
Share197Tweet123Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In