୩-୧୨-୨୦୨୫ରିଖ, ଭୁବନେଶ୍ୱର, ରମାଦେଵୀ ମହିଳା ଵିଶ୍ଵବିଦ୍ୟାଳୟର ୧୧ତମ ଵାର୍ଷିକ ଉତ୍ସଵ ଓ ମାଆ ରମାଦେଵୀଙ୍କ ୧୨୫ତମ ଜୟନ୍ତୀ ଉତ୍ସଵର ଉଦଯାପନୀ ଦିବସରେ ଓଡିଶାର ଅନନ୍ଯ ଭ୍ରାମ୍ଯମାଣ ସଂଗ୍ରହାଳୟ, ମିଶ୍ରଶାଳ ୧୨୦ପ୍ରକାରର ପାରମ୍ପରିକ ଲୋକ ଉପକରଣ ପ୍ରଦର୍ଶନ କରି, ଛାତ୍ରୀ ଓ ଅତିଥିମାନଙ୍କ ପ୍ରଶଂସାଭାଜନ ହୋଇଛି। ମିଶ୍ରଶାଳର ପ୍ରତିଷ୍ଠାତା ଶିକ୍ଷାଵିତ୍, ଗବେଷକ, ଲେଖକ ଓ ଲୋକଶିଳ୍ପୀ ଡକ୍ଟର ଅଜୟ କୁମାର ମିଶ୍ରଙ୍କ ଏଇ ନିଆରା କୃତି ପାଇଁ ଉତ୍ସଵରେ ବିଶ୍ବଵିଦ୍ଯାଳୟ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ମିଶ୍ରଶାଳର ଏତାଦୃଶ କୃତି ଦେଖି ଉଦଘାଟକ ରାଜ୍ଯ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଶୀଯୁକ୍ତ ସୂର୍ଯବଂଶୀ ସୂରଜ, କୁଳପତି ଡକ୍ଟର ଚଣ୍ଡିଭୂଷଣ ରଥ, ଉତ୍ସଵର ମୁଖ୍ଯ ଆୟୋଜିକା ଡକ୍ଟର ସ୍ନେହଲତା ଦାସ, କୁଳସଚିଵ ଶ୍ରୀମତୀ ମନସ୍ବିନୀ ସାହୁ, ଅତିରିକ୍ତ କୁଳସଚିବ ସରିତା ମିଶ୍ର, ଵିଶ୍ବବିଦ୍ଯଳୟର ସବୁ ବିଭାଗର ଅଧ୍ଯାପକ, ଅଧ୍ଯାପିକା ଓ ଛାତ୍ରୀ, ରମାଦେବୀ ମହାଵିଦ୍ଯଳୟର ଛାତ୍ରୀ ଵ ଦର୍ଶକ ଓ ଛାତ୍ରୀମାନେ ଵହୁଭାବରେ ଉତ୍ସାହିତ ହୋଇଛନ୍ତି। ପ୍ରଦର୍ଶନରେ ପ୍ରତିଷ୍ଠାତା ଡକ୍ଟର ମିଶ୍ରଙ୍କ ପ୍ରତି ପୁରୁଣା ଜିନିଷକୁ ବୁଝାଇବା ଶୈଳୀ ଥିଲା ଅନ୍ଯତମ ଆକର୍ଷଣ। କାର୍ଯ୍ୟକ୍ରମ ପରିଚାଳନାରେ ମିଶ୍ରଶାଳର ଉପସଭାପତି ଶ୍ରୀଯୁକ୍ତ କାହ୍ନୁଚରଣ ପାଣିଗ୍ରାହୀ, ସଦସ୍ଯ ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ, ସଂଵିତ ମିଶ୍ର , ମନୋଜ ଦାସ ଓ ଶ୍ରେୟାଂଶ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ
