• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପ୍ରଦୁଷିତ ସହର ବାଲେଶ୍ଵର ପାଇଁ ଜାରି ହେଲା ମାର୍ଗଦର୍ଶିକା

by Voice of Victims
January 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପ୍ରଦୁଷିତ ସହର ବାଲେଶ୍ଵର ପାଇଁ ଜାରି ହେଲା ମାର୍ଗଦର୍ଶିକା

ବାଲେଶ୍ୱର ( ଭିଓଭି ) ୦୮/୦୧ ; – ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ପ୍ରଦୂଷିତ ବାୟୁ ର ମତ୍ରାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା–୧୬୩ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି।ଏହି ଆଦେଶ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନ୍ ଏ ସି ଓ ମ୍ୟୁନିସିପାଲଟି ଅଞ୍ଚଳରେ ଆଗାମୀ ୭ ଦିନ ଯାଏଁ ବଳବତ୍ତର ରହିବ। ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି ପାଇବ। ଲାଗୁ ହୋଇଥିବା ପ୍ରମୁଖ ନିଷେଧାଜ୍ଞା : ପ୍ରତିଦିନ ସନ୍ଧ୍ୟା ୬.୦୦ ରୁ ପ୍ରଭାତ ୧୦.୦୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ନିଷିଦ୍ଧ , ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ସୀମାଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ।

ପୌରପାଳିକ ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ। ବାଲେଶ୍ୱର ସହର ଓ ଅନ୍ୟ ଏନ୍ ଏ ସି ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ। ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଲା ଅଗ୍ନି ସଂପୂର୍ଣ୍ଣ ନିଷିଦ୍ଧ। ଉପଜିଲ୍ଲାପାଳ, ବାଲେଶ୍ୱର/ନୀଳଗିରି ଏବଂ ଆରଟିଓ, ବାଲେଶ୍ୱର ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାୟ ଆଶ ଭରା ଟ୍ରକ୍‌ମାନଙ୍କ ଦିନ ରେ ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବ। ବିନା ତର୍ପୋଲିନ ଟ୍ରକ୍‌ଗୁଡ଼ିକୁ ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ। ଯଥୋଚିତ ଅନୁମତି ବିନା କୌଣସି ଇଟାଭାଟି ଚାଲିବ ନାହିଁ।

ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ନିର୍ମାଣ ସ୍ଥଳରେ ନିୟମିତ ପାଣି ଛିଟାକୁ ସୁନିଶ୍ଚିତ କରିବେ । ପୋଲିସ, ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ କଡାକଡି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ସାଧାରଣ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In