ଭୁବନେଶ୍ୱର : ୧୦ ଡିଗ୍ରୀ ତଳେ ରାଜ୍ୟର ୨୫ ସହର । ରାଜ୍ୟକୁ ଥରହର କରୁଛି ଥଣ୍ଡା । କ୍ରମାଗତ ଭାବେ ଖସି ଚାଲିଛି ପାରଦ । ୨୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ୫ ଡିଗ୍ରୀ ତଳେ ୬ ସହର । ସେହିପରି ୮ ଡିଗ୍ରୀ ତଳେ ୭ ସହରର ତାପମାତ୍ରା । ଜି ଉଦୟଗିରି ସବୁଠୁ ଥଣ୍ଡା ସହର । ଜି ଉଦୟଗିରିରେ ୨.୬ ଡିଗ୍ରୀ ସେଲସିଅସକୁ ଖସିଛି ପାରଦ । ଦ୍ବିତୀୟରେ ରାଉରକେଲା ରେକର୍ଡ କରିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।
ମାଇନସ ୧ ଡିଗ୍ରୀକୁ ଖସିଛି ଶିମିଳିପାଳ ତାପମାତ୍ରା । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀରେ ତାପମାତ୍ରା ଥିବା ବେଳେ ଆଜି ମାଇନସ୍ ୧ ଡିଗ୍ରୀକୁ ଖସିଛି । ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ରାଜଧାନୀରେ ପାରଦ ପୁଣି ୯ ଡିଗ୍ରୀ ଛୁଇଁଛି । ୯.୪ ଡିଗ୍ରୀ ସହ ୧୯୫୨ ମସିହାର ରାତ୍ରି ତାପମାତ୍ରାକୁ ଦୋହରାଇଛି ରାଜଧାନୀ । କଟକରେ ୯ ଡିଗ୍ରୀ ତଳକୁ ଖସିଛି ପାରଦ । କଟକରେ ୮.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।
