କଟକ, ଗଣ୍ଡରପୁର ଶାରଳା ବିହାର ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ନିତାଇ ବଳ, ରସାନନ୍ଦ ମହାନ୍ତି, ବାସନ୍ତୀ ଦାସ, କବିତା ରାଉଳ, ରୀତାଞ୍ଜଳି ପରିଡ଼ା, ରଶ୍ମିତା ଦଳାଇ, ସନ୍ତୋଷୀ ଭଗତ, କାବେରୀ ମହାନ୍ତି ଓ ନିର୍ମଳା ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବୈଦିକ ଯଜ୍ଞ ଅନୁଷ୍ଠିତ ହେବା ସହ ବନ୍ଦେ ମାତରମ୍ ଗାନ କରାଯାଇଥିଲା।
