କଟକ, ପତଞ୍ଜଳି ଯୋଗପୀଠ ଆନୁକୂଲ୍ୟରେ ନୂଆପଡ଼ା କୁଞ୍ଜବିହାରୀ ମନ୍ଦିର ପ୍ରାଙ୍ଗଣରେ ନୂତନ ନିଃଶୁଳ୍କ ଯୋଗ କେନ୍ଦ୍ର ଜିଲ୍ଲା ପ୍ରଭାରୀ ଶିଶିର ଜେନାଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି। ସଂଗଠନ ସଂପାଦକ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ଏହି ଯୋଗ କେନ୍ଦ୍ର ସ୍ଥାନୀୟ ଅଧିବାସୀଙ୍କ ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ପ୍ରଗତିରେ ସାହାଯ୍ୟ କରିବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ଦୟାନିଧି ସ୍ବାଇଁ, ଶ୍ରୀଧର ପଣ୍ଡା, ସୁରେନ୍ଦ୍ର ସାହୁ, କୁରେଶ ପାତ୍ର, ଶରତ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବେହେରା, ସାଧୁ ଚରଣ ସ୍ବାଇଁ, ପ୍ରମୋଦ ଦାଶ, ସବିତା ଦାଶ, ମନୋରମା ପାତ୍ର, ପ୍ରତିମା ମିଶ୍ର, ବିଶ୍ଵଜିତ ବାରିକ, ପବିତ୍ର ପାତ୍ର ଓ ଅଗଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୋଗ ଶିକ୍ଷକ ରାମଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଜଗନ୍ନାଥ ଅଷ୍ଟକମ ଓ ଗୀତା ପାଠ ସହିତ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
