• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ପେଟ୍ରୋଲ ପମ୍ପରେ ଗାଡ଼ି ଚଢାଇ ହତ୍ୟା କରିଥିବା ଅଭିଯୋଗ

by Voice of Victims
January 17, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ପେଟ୍ରୋଲ ପମ୍ପରେ ଗାଡ଼ି ଚଢାଇ ହତ୍ୟା କରିଥିବା ଅଭିଯୋଗ

ଢାକା : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା । ବିଏନପି ପାର୍ଟିର ଜଣେ ନେତା ହିନ୍ଦୁ ଯୁବକଙ୍କ ଉପରେ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରିଥିବା ଜଣାପଡିଛି । ଘଟଣା ରାଜାବାଡୀ ଜିଲ୍ଲା ସଦର ଉପଜିଲ୍ଲାରେ ଘଟିଛି । ଏଠାକାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ହିନ୍ଦୁ ଯୁବକକୁ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରାଯାଇଛି ।

ମୃତକ ଜଣକ ରିପନ ଶାହ (୩୦) ଭାବେ ଚିହ୍ନଟ କରାଯାଇଛି । ସେ ରାଜାବାଡୀ ଗୋଲନ୍ଦା ଛକ ନିକଟସ୍ଥ କରିମ ଫିଲିଂ ଷ୍ଟେସନରେ କାମ କରୁଥିଲା । ଗାଡ଼ି ମାଲିକ ପେଟ୍ରୋଲ ପମ୍ପରେ ତେଲ ଭରିବା ପରେ ପଇସା ନ ଦେଇ ପଳାଉଥିଲା । ରିପନ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିବା ବେଳେ ଘଟଣାସ୍ଥଳରେ ରିପନଙ୍କର ମୃତ୍ୟୁ ହୋଇଛି ।

ଘଟଣା ସମ୍ପର୍କରେ ପୋଲିସ କହିଛି ଗାଡି଼କୁ ଜବତ କରାଯାଇଛି ଓ ମାଲିକ ଅବୁଲ ହାସେମକୁ ଗିରଫ କରାଯାଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରି କେସ୍ ଦାୟର କରିଛି । ଗାଡ଼ି ମାଲିକ ଅବୁଲ ହାସେମ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ରାଜବାଡୀ ଜିଲ୍ଲା ୟୁନିଟରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In