ବାଲେଶ୍ୱର (ଭିଓଭି) ୧୭ /୧ ; ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଢ଼ାବଳଙ୍ଗ ମଣ୍ଡଳ ଅନ୍ତର୍ଗତ ସିନ୍ଧିଆ ପଞ୍ଚାୟତ ଠାରେ ଅନୁଷ୍ଠିତ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ସହ ଆଗାମୀ କାର୍ଯ୍ୟ ଯୋଜନା ଓ ଜନସାଧାରଣଙ୍କ ସହ ସଂପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଲା । କାର୍ଯ୍ୟକାରିଣୀ ବୈଠକରେ ମଣ୍ଡଳର ନୂତନ ଭାବେ ଦାୟିତ୍ବ ନେଇଥିବା ,ଦୁଇ ଜଣ ଜେନେରାଲ ସେକ୍ରେଟାରୀ ସମସ୍ତ ପଦାଧିକାରୀ ବୃନ୍ଦ,କାର୍ଯ୍ୟକାରିଣୀ ସଦସ୍ୟ,/ସଦସ୍ୟା ବୃନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସଦର ବିଧାୟକ ମାନସ କୁମାର ଦତ୍ତ ମହୋଦୟ, ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା , ଓଡିଶା କାଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା , ୨୫ ନମ୍ବର ଯ଼ୋନ ଜ଼ିଲ୍ଲା ପରିଷଦ ଗୟାଧର ବେହେରା , , ଜ଼ିଲ୍ଲା ଉପସଭାପତି ଗୈ।ରାଙ୍ଗ ଚରଣ ଦାସ , ବୁଢ଼ାବଳଙ୍ଗ ପୂର୍ବତନ ମଣ୍ଡଳ ସଭାପତି କାର୍ତ୍ତିକ ଚନ୍ଦ୍ର ରାଉତ ,ବରିଷ୍ଟ ନେତା ରବିନାରାୟଣ ମହାପାତ୍ର , ବିଜୟ ସାହୁ ଏବଂ ସାତ ଗୋଟି ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, ୱlର୍ଡମେମ୍ବର, ନୂତନ, ପୂର୍ବତନ ଉପସ୍ଥିତ ଥିଲେ l
