• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

by Voice of Victims
January 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

ରଣପୁର, ୧୮/୦୧ : ରଣପୁର ଅଞ୍ଚଳର ପ୍ରସିଦ୍ଧ ଆସ୍ଥା କେନ୍ଦ୍ର ମା ହାବୁଡ଼ାସିଂହୀଙ୍କ ପବିତ୍ର ପୀଠ ଗତ କିଛି ଦିନ ଧରି ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ଏଠାରେ ଆୟୋଜିତ ୨୯ତମ ଚଣ୍ଡୀ ମହାଯଜ୍ଞ ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ ସହ ଭକ୍ତିମୟ ଭାବେ ସମ୍ପନ୍ନ ହୋଇଛି।

ଗତ ୧୪ ତାରିଖରେ ଅଙ୍କୁରୋପଣ କାର୍ଯ୍ୟ ସହ ମହାଯଜ୍ଞାର ଶୁଭାରମ୍ଭ ହୋଇଥିଲା। ୧୫ ତାରିଖରେ ଶଙ୍ଖ, ଘଣ୍ଟ ଓ ହରିବୋଲ ଧ୍ୱନି ମଧ୍ୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ସମଗ୍ର ଅଞ୍ଚଳ ଭକ୍ତିରେ ଉଦ୍ଦୀପିତ ହୋଇଉଠିଥିଲା। ୧୬ ଓ ୧୭ ତାରିଖରେ ବେଦମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କାର୍ଯ୍ୟ ଅବିରତ ଚାଲିଥିଲା। ୧୮ ତାରିଖ ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ କାର୍ଯ୍ୟ ସମ୍ପନ୍ନ ହେବା ସହିତ ମହାଯଜ୍ଞର ଉଦ୍ଦେଶ୍ୟ ସାର୍ଥକ ହୋଇଥିଲା।

ଏହି ପବିତ୍ର ଅବସରରେ ଶହ ଶହ ଭକ୍ତ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ପରେ ଭକ୍ତମାନଙ୍କ ପାଇଁ ବ୍ୟାପକ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।ମହାଯଜ୍ଞକୁ ସଫଳ କରିବା ପାଇଁ ଯଜ୍ଞ କମିଟି, ସେବାୟତ, ପୂଜକବୃନ୍ଦ ଓ ସ୍ଥାନୀୟ ଭକ୍ତମାନେ ଅକ୍ଷୟ ପରିଶ୍ରମ କରିଥିଲେ। ସମଗ୍ର ପରିବେଶ ଭକ୍ତି, ଶାନ୍ତି ଓ ଆଧ୍ୟାତ୍ମିକ ଶକ୍ତିରେ ମନୋହର ହୋଇଉଠିଥିଲା।

Post Views: 50
Share202Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In