ନିରାକାରପୁର,17/01/2026:ଜଙ୍ଗଲ ଓ ପରିବେଶ ବିଭାଗ ଓ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ହଜସ୍ଥିତ “ବିବେକାନନ୍ଦ ଶିକ୍ଷା କେନ୍ଦ୍ର”ଠାରେ ଅନୁଷ୍ଠାନର ସମ୍ପାଦକ ଦୀପକ କୁମାର ଦାଶଙ୍କ ସଭାପତିତ୍ବରେ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ କେବଳ ହାତୀ ନୁହେଁ ସମସ୍ତ ଜୀବଜନ୍ତୁ ମନୁଷ୍ୟର ବନ୍ଧୁ।

ଏମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ପ୍ରଥମ ଦାୟିତ୍ୱ। ତେଣୁ ଏ ମାନଙ୍କର ସୁରକ୍ଷା ନିମନ୍ତେ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି। ଅନୁରୂପଭାବେ ଜଙ୍ଗଲରେ ଏ ମାନଙ୍କ ସୁଗମ୍ୟ ଗମନା ଗମନ ନିମନ୍ତେ ବିଦ୍ୟୁତ ବିଭାଗ ଓ ବନ ବିଭାଗ ଉଭୟ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ଥିବା ମତ ଦେଇଥିଲେ। ଅନୁରୂପଭାବେ ଅତିଥିଭାବେ ବେଗୁନିଆ ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଜିଲ୍ଲା ପରିଷଦ ସଭ୍ୟା ତନୁଜା ପାଟ୍ଟଶାଣୀ,ହଜ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ, ସମିତିସଭ୍ୟ ଦିଲୀପ କୁମାର ବଡ଼ଜେନା,ସିପିଏମ ଯୁବ ନେତା ବିଧୁ ଭୂଷଣ ମହାରଣା,ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ,ବିଦ୍ୟୁତ କର୍ମଚାରୀ ସଞ୍ଜୀବ କୁମାର ପ୍ରଧାନ ଓ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ହାତୀ ଓ ମନୁଷ୍ୟର ସୁବିଧା ନିମନ୍ତେ ଉଭୟ ଜିଲ୍ଲା ପ୍ରଶାସନ ସହ ବିଭାଗୀୟ ଅଧିକାରୀ ଯତ୍ନବାନ ହେବା ନିମନ୍ତେ ସୁପରାମର୍ଶ ଦେଇଥିଲେ।
ସେହିପରି ଭୂଷଣ୍ଡପୁର ଫରେଷ୍ଟର ଦୁଃଶାସନ ନାୟକ ଯୋଗଦେଇ ଉଭୟ ହାତୀ ଓ ମନୁଷ୍ୟର ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ବିଭାଗ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ପ୍ରସ୍ତାବ ରଖିଥିଲେ।ସ୍କୁଲର ମୁଖ୍ୟ ଉପଦେଷ୍ଟା ବିଭୁତି ଭୂଷଣ ଦାଶଙ୍କ ସମେତ ପ୍ରଧାନ ଶିକ୍ଷୟତ୍ରୀ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀବୃନ୍ଦ, ଗ୍ରାମବାସୀ,ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
