ଭୁବନେଶ୍ବର : ଅନ୍ତର୍ଜାତୀୟ ସ୍ତରରେ ନିଶାଦ୍ରବ୍ୟ ଓ ଟଙ୍କା କାରବାରରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି । ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣର ଆନ୍ତ ରାଜ୍ୟ ତଥା ଆନ୍ତରଜଟିକ ରାକେଟ୍ ପଦାକୁ ଆସିଛି । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡ଼ି) ।
ଏହି ଧରପଗଡ଼ରେ ବିଭିନ୍ନ ରାଜ୍ୟରୁ ନଗଦ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍ ଆଦି ଜବତ ହୋଇଛି । ନିଶା କାରବାର ଜଡ଼ିତ ଥିବା ଦିଲ୍ଲୀରୁ ଜଣେ ନିଶା ମାଫିଆ ମଧୂପନ ଏସ ଏସ ଙ୍କୁ ଗିରଫ କରାଯାଇଛି । ମଧୁପନ କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ ।

ଅନୁରୂପ ଭାବେ ସଂଗଠିତ ଭାବେ ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ଚାଲାଣର ସିଣ୍ଡିକେଟ୍ ଚାଲୁଥିଲା। ଓଡ଼ିଶା, ଗୋଆ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ଲମ୍ବିଛି। ଓଡ଼ିଶାର କଟକ ଓ କନ୍ଧମାଳ ରେ ଗୋଆ ED ରେଡ କରିଥିଲା। ଏହି ନିଶାଦ୍ରବ୍ୟ କାରବାର ଚେର । ନାର୍କୋଟିକ କ େ ଣ୍ଟ୍ରାଲ ବ୍ୟୁରୋ (ଏନ୍ ସିବି) ଓ ସ୍ଥାନୀୟ ପୁଲିସ ସହାୟତାରେ ଇଡି ଚଢ଼ଉ କରିଥିଲା ।
ଜବତ କରାଯାଇଥିବା ଡିଜିଟାଲ୍ ଉପକରଣ ଓ ନଥିପତ୍ରରୁ ଅନେକ ସୁରାକ ମିଳିଛି । ବିଭିନ୍ନ ରାଜ୍ୟରେ କୋକେନ୍ , ଏମ୍ ଡ଼ିଏମ୍ଏ, ଏକ୍ସଟାସି ଭଳି ନିଶା ବଟିକା, ହାସିସ୍ , ଖୁସ୍ , ସୁପରକ୍ରିମ୍୍, ରାସୋଲ, କ୍ରିମ୍ ଭଳି ନିଶାଦ୍ରବ୍ୟ ଯୋଗାଣ କରାଯାଉଛି। କୋରିଅର୍ ଓ ପୋଷ୍ଟାଲ୍ ରରେ ଏହି ନିଶାଦ୍ରବ୍ୟ ପରିବହନ କରାଯାଉଛି।
ୟୁପିଆଇ, ବ୍ୟାଙ୍କ ସ୍ଥାନାନ୍ତର, କ୍ରିପ୍ଟୋକରେନ୍ସି ଓ ନଗଦ ଆକାରରେ ଟଙ୍କା କାରବାର ଚାଲୁଛି। ନିଶାଦ୍ରବ୍ୟରୁ ରୋଜଗାର କରାଯାଉଥିବା କଳାଧନକୁ ବିଭିନ୍ନ ପ୍ରକ୍ରିୟାରେ ଧଳା କରାଯାଉଛି। ନିଶାଦ୍ରବ୍ୟ ଚାଲାଣ ନେଟୱର୍କ ଓ ନିଶା ମାଫିଆଙ୍କ ଆର୍ଥିକ ଭିତ୍ତିଭୂମି ଭାଙ୍ଗିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ସଂସ୍ଥା। ନିଶା କାରବାରୁ ରୋଜଗାର କରିଥିବା ଆୟରୁ ଅର୍ଜିତ ସମ୍ପତ୍ତିକୁ ଚିହ୍ନଟ, ଠାବ ଓ ଆଟାଚ୍ କରିବାକୁ ଲକ୍ଷ୍ୟ ରଖାଯାଇଛି।
