ତା.୨୧.୦୧.୨୦୨୬, ଭୁବନେଶ୍ୱର ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ସଂଘ(ସେପା), ଓଡ଼ିଶା ଆନୁକୁଲ୍ୟରେ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସ ବିଜ୍ଞାନର ଉଦ୍ଭାବକ ଡା. କାଉଂଟ ସିଜର ମେଟ୍ଟୀଙ୍କ ୨୧୭ ତମ ଜନ୍ମ ବାର୍ଷିକ ଉତ୍ସବ ଏବଂ ୨୨ ତମ ଇଲେକ୍ଟ୍ରୋହୋମିଓପାଥିକ୍ ଜାତୀୟ ସମ୍ମିଳନୀ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେପା, ଓଡ଼ିଶା ଦ୍ୱାର ପ୍ରକାଶିତ ବାର୍ଷିକ ସ୍ୱାସ୍ଥ୍ୟ ଏବଂ ଗବେଷଣା ଭିତିକ ମୁଖପତ୍ର “ଆଟ୍ୟୁନ” ଏବଂ ସେପା ଓଡ଼ିଶାର ନୂତନ ୱେବସାଇଟ ଅତିଥି ମାନଙ୍କ କର କମଳରେ ଉନ୍ମୋଚନ କରାଯାଇଥିଲା।
ଏହି ଅବସରରେ ସେପା, ଓଡ଼ିଶା ଏବଂ ଇଣ୍ଡିଆନ୍ ଭେଟେରିନାରୀ ଆସୋସିଏସନ୍ ସହଯୋଗିତାରେ “ପ୍ରାକୃତିକ ସ୍ୱାସ୍ଥ୍ୟରକ୍ଷାରେ ଇଲେକ୍ଟ୍ରୋହୋମିଓପାଥି” ଶୀର୍ଷକ ଏକ ଆଲୋଚନାଚକ୍ରରେ ସୋଆ ବିଶ୍ୱବିଦ୍ୟାଳୟର ଗବେଷିକା ଡ. ମନଶ୍ରୀ ଶର୍ମା ଏବଂ ମୃଣ୍ମୟୀ ଶର୍ମା, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ଗବେଷିକା ଡ.ଶାନ୍ତ୍ୱନା ପଲାଇ ଏବଂ ଡ. ଯାଜ୍ଞସେନୀ ମେହେର, ବାଗଚି ହସ୍ପିଟାଲ ଭୁବନେଶ୍ୱର ଅଙ୍କଲୋଜି ବିଭାଗ ମୁଖ୍ୟ ସୌମିତ୍ର ରଞ୍ଜନ ବାରିକ ଇଲେକ୍ଟ୍ରୋହୋମିଓପାଥିକ୍ ଔଷଧ କୁ ନେଇ ପଶୁ ଏବଂ ମନୁଷ୍ୟ ମାନଙ୍କ ଚିକିତ୍ସା କ୍ଷେତ୍ରରେ ନିଜ ନିଜର ଗବେଷଣା ଲବ୍ଧ ତଥ୍ୟ ଉପସ୍ଥାପନ କରିଥିଲେ । ସେପା ଟେକ୍ନିକାଲ କମିଟି ଚେୟାରମ୍ୟାନ ଡାକ୍ତର ମନୋରଞ୍ଜନ ଦାସ ଇଲେକ୍ଟ୍ରୋହୋମିଓପାଥିକ୍ ଔଷଧର ବିଭିନ୍ନ ସୂକ୍ଷ୍ମ ତତ୍ୱ ଗୁଡିକୁ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅେଶୋକ କୁମାର ମହାପାତ୍ର ଯୋଗ ଦେଇ, କୌଣସି ବି ଚିକିତ୍ସା ଶାସ୍ତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ସଫଳ ଚିକିତ୍ସା ନାହିଁ । ତାହା ହୋଇ ନଥିଲେ ସରକାର ଆୟୁଷ ବିଭାଗ ଖୋଲି ନଥାନ୍ତେ । ତେଣୁ ଦିନେ ନା ଦିନେ ଇଲେକ୍ଟ୍ରୋହୋମିଓପାଥି ହିଁ ଚିକିତ୍ସା ଜଗତରେ ନୂତନ ମାର୍ଗଦର୍ଶକ ହେବ ବୋଲି ପ୍ରକାଶ କରିଥିଲେ । ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଚିକିତ୍ସା ପ୍ରଣାଳୀ ଶତ ପ୍ରତିଶତ ପ୍ରାକୃତିକ ବୃକ୍ଷଲତାରୁ ତିଆରି । ଏହା ସଂପୂର୍ଣ୍ଣ ନିରାପଦ ଏବଂ ପାର୍ଶପ୍ରତିକ୍ରିୟାହୀନ ବୋଲି ଓଡ଼ିଶାର ବିଶିଷ୍ଟ ଇଲେକ୍ଟ୍ରୋହୋମିଓ ଚିକିତ୍ସା ବିଜ୍ଞାନୀ ଡଃ କମଳାକାନ୍ତ ନାୟକ ପ୍ରକାଶ କରିଥିବା ବେଳେ ଓଡ଼ିଶାରେ ପ୍ରାୟ ତିନି ହଜାରରୁ ଅଧିକ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ଏହି ଔଷଧ ବ୍ୟବହାର କରି ପ୍ରତ୍ୟେକ ଦିନ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଆମ ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ଚିକିତ୍ସ ସେବାକୁ ପ୍ରତ୍ସୋହନ ଦେବା ଲାଗି ସରକାରୀ ସ୍ତରରେ କୌଣସି ଉଦ୍ୟମ କରାଯାଇ ନାହିଁ । ତେଣୁ ରାଜ୍ୟରେ ଇଲେକ୍ଟ୍ରୋହୋମିଓପାଥିକୁ ସରକାରୀ ସ୍ୱୀକୃତି, ରାଜ୍ୟ ସ୍ତରରେ ବୋର୍ଡ ବା କାଉନ୍ସିଲ୍ ଗଠନ, ଶିକ୍ଷା ଓ ଗବେଷଣା ପାଇଁ ସଂସ୍ଥା ସ୍ଥାପନ ତଥା ଚିକିତ୍ସକ ମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ ପାଇଁ ସଂଘ ସଭାପତି ଡଃ ସରୋଜ କୁମାର ସାହୁ ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି ।
ପ୍ରକୃତରେ ଆଜି ପର୍ଯ୍ୟନ୍ତ ଇଲେକ୍ଟ୍ରୋହୋମିଓପାଥି ବହୁତ ଅବହେଳିତ ହୋଇଛି କିନ୍ତୁ ଆମର ଡବଲ ଇଞ୍ଜିନ ସରକାରଙ୍କୁ ସୁପାରିସ୍ କରି ନିଶ୍ଚିନ୍ତ କିଛି କରିବୁ ବୋଲି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସଂଘର ସଭାପତି ଡାକ୍ତର ସରୋଜ କୁମାର ସାହୁ ସଭାପତିତ୍ୱ କରିଥିଲେ ଏବଂ ସଂପାଦକ ଡାକ୍ତର ପର୍ଶୁରାମ ଖଟୁଆ, ଉପ ସଭାପତି ଡକ୍ତର ମନୋଜ ମାହାଲା, ଡାକ୍ତର ସୂର୍ଯ୍ୟନାରାୟଣ ମହାନ୍ତି, ଡାକ୍ତର ଅବନ୍ତି ଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସହ ସମ୍ପାଦକ ଡାକ୍ତର ରଶ୍ମି ରଞ୍ଜନ ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ରଞ୍ଜିତା ମହାପାତ୍ର, ଡାକ୍ତର ସୁନୀତା ମହନ୍ତ, ଡାକ୍ତର ସୁକାନ୍ତିଲତା ପରିଡ଼ା, ଡାକ୍ତର ପ୍ରଶାନ୍ତ କୁମାର ସାହୁ, ଡାକ୍ତର ବିରଂଚି ସେନାପତି, ଡାକ୍ତର ଇତିଶ୍ରୀ ଲେଙ୍କା, ଡାକ୍ତର ସତ୍ୟମ୍ ସାଥୁଆ, ଡାକ୍ତର ସିବାନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
