ଭୁବନେଶ୍ୱର ଓ଼ଲ୍ଡ ଟାଉନ ସ୍ଥିତ ମହତାବ ରୋଡ ନିବାସୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ତିନି ପୁଅ ଓ ଝିଅ ଉପସ୍ଥିତ ଥିଲେ। କୃଷି ବିଭାଗର ବରିଷ୍ଠ ସହ-ଅଧିକାରୀ ପଦରୁ ଅବସର ପରେ ସେ ସପରିବାର ଭୁବନେଶ୍ୱରରେ ଅବସ୍ଥାନ କରୁଥିଲେ।
ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ ପୁଅ ସତ୍ୟଜିତ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ଜଣେ ପରୋପକାରୀ ବ୍ୟକ୍ତି ହିସାବରେ ଆଖପାଖରେ ଖ୍ୟାତ ଥିବାରୁ ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
