ଭୁବନେଶ୍ୱର : ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ପୂର୍ବରୁ ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିଲା । ଏବେ ଏହା ବଢ଼ି ୧୭୫ ଟଙ୍କା ହୋଇଛି ।
ସେହିପରି ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ ଟଙ୍କାରୁ ବଢ଼ି ୨୫୦ ଟଙ୍କା ହୋଇଛି । ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି । ଆଜି ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।
