• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଘରୋଇ ସହାୟକଙ୍କୁ ମିଳିବ କି ସର୍ବନିମ୍ନ ମଜୁରୀ?

by Voice of Victims
January 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଫ୍ରିବିଜ୍ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ, ‘ମାଗଣା ଯୋଜନା ଯୋଗୁ କାମ କରିବାକୁ ବିମୁଖ ଲୋକେ’

ଭୁବନେଶ୍ବର: ଘରୋଇ ସହାୟକଙ୍କୁ ମିଳିବ କି ସର୍ବନିମ୍ନ ମଜୁରୀ? ସର୍ବନିମ୍ନ ମଜୁରୀ ଲାଗୁ କରିବାକୁ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ।  ଘରେ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ସମ୍ପର୍କିତ ଏକ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ ।  କହିଛନ୍ତି, ଘରୋଇ ସହାୟକଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ସମସ୍ତ ରାଜ୍ୟ ସରକାର ଉପଯୁକ୍ତ ବ୍ୟବସ୍ଥା କରିବା ଜରୁରୀ ।  ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିବା ରାଜ୍ୟ ସରକାରଙ୍କ କାମ ।

ତେଣୁ ସରକାର ନିଜେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍ ଚୀଙ୍କ ଖଣ୍ଡପୀଠ କହିଛନ୍ତି ।  ଶୋଷଣ ଉପରେ ଚିନ୍ତା ପ୍ରକଟ କରି କୋର୍ଟ କହିଛନ୍ତି, ଦେଶରେ ପ୍ରାୟ ୮ କୋଟି ଘରୋଇ ସହାୟକ ଅଛନ୍ତି । ପ୍ଲେସମେଣ୍ଟ ଏଜେନ୍ସିମାନେ ଘର ମାଲିକଙ୍କଠାରୁ ୪୦ ହଜାର ଟଙ୍କା ନେଉଥିବା ବେଳେ ଶ୍ରମିକଙ୍କୁ ମାତ୍ର ୧୯ ହଜାର ଟଙ୍କା ଦେଉଛନ୍ତି । ଯଦି ମଜୁରୀ ନିୟମ ଅଧିକ କଡ଼ାକଡ଼ି ହୁଏ, ତେବେ ଲୋକେ ଆଇନଗତ ଝାମେଲା ଭୟରେ ଘରୋଇ ସହାୟକ ରଖିବା ବନ୍ଦ କରିଦେଇ ପାରନ୍ତି ।

ଏହାଦ୍ୱାରା ଅନେକ ଲୋକ ବେକାର ହୋଇଯିବାର ଆଶଙ୍କା ରହିଛି।ଭାରତର ପ୍ରାୟ ୧୫ଟି ରାଜ୍ୟରେ ଘରୋଇ ସହାୟକଙ୍କ ପାଇଁ ସର୍ବନିମ୍ନ ମଜୁରୀ ନିୟମ ପୂର୍ବରୁ ଲାଗୁ ହୋଇଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହା ଉପରେ ବିଚାର କରିବାକୁ କୋର୍ଟ କହିଛନ୍ତି ।  ସୁପ୍ରିମକୋର୍ଟ କୌଣସି ନୂଆ ଆଇନ ତିଆରି କରିନାହାନ୍ତି, କିନ୍ତୁ ରାଜ୍ୟ ସରକାରଙ୍କୁ ଏହି ଅବହେଳିତ ଶ୍ରେଣୀର ଉନ୍ନତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Post Views: 20
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In