ପୁରୀ : ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ରୁଟ ପ୍ଲାନିଂ ଶେଷ ହୋଇଛି । ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ତାରିଖ ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚି ଲୋକଭବନ ଯିବେ । ସ୍ଵତନ୍ତ୍ର ସୁରକ୍ଷା ୟୁନିଟ , ଆଣ୍ଟି ଡ୍ରୋନ ୟୁନିଟ୍ , ଆଣ୍ଟି ସାବୋଟିଜ ଚେକ୍ , ବୋମା ନିଷ୍କ୍ରିୟକାରୀ ଦଳ ,ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ସହରରେ ରାତ୍ରିକାଳୀନ ନାକା ଓ ଚେକିଂକୁ କଡାକଡି କରାଯାଇଛି। ରାଷ୍ଟ୍ରପତି ୪ ତାରିଖ ସକାଳ ୭ ଟା ରେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ ।
.୪୦ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କାରକେଡ୍ ସମୟରେ ସମସ୍ତ ରୁଟ୍ ରେ ସାଧାରଣ ଯାତାୟାତ ବନ୍ଦ ରହିବ। ରୁଟ ଲାଇନ୍ ଏରିଆକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନ ଦାୟିତ୍ୱରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଶ୍ୱେତଗଙ୍ଗା,ବାଲି ସାହି ରାସ୍ତା,ଶ୍ରୀମନ୍ଦିର ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ରହିବ । ପୁରୀ ବାସୀ ,ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯିବା ,ଆସିବା ପାଇଁ ବିକଳ୍ପ ରୁଟ୍ ର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲ ଛକରୁ ସମସ୍ତ ଯାନବାହାନକୁ ଡାଇଭଟ କରାଯିବ।
