ବାଲେଶ୍ୱର (ଭିଓଭି) ୩/୧ ; – ଆଜି ଫକୀରମୋହନ ବିଶ୍ବବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୈ। ପଦୀ ମୁର୍ମୁ ଯୋଗଦାନ କରିଥିଲେ । ପ୍ରଥମେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଙ୍କ ପ୍ରତୀମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ବିଶ୍ଵବିଦ୍ୟାଳୟ ର ଛାତ୍ରୀ ମାନଙ୍କ ର ସଫଳତାର ଭୂୟସୀ ପ୍ରଶଂସା କରିଥିଲେ । କ୍ଲାନ୍ତି ତ୍ୟାଗ କରି ଅଗ୍ରଜ ହେଲେ ସମାଜରେ ପ୍ରତିଷ୍ଠା ଲାଭ କରିହେବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଅତୀତର ସ୍ମୃତି କୁ ବ୍ୟାଖ୍ୟା କରି ଆତ୍ମବିଭୋର ହୋଇଯାଇଥିଲେ । ୫ ଟି ଗ୍ରାମ କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିବା ପାଇଁ ବିଶ୍ବ ବିଦ୍ୟାଳୟ ର କୁଳପତି ଙ୍କୁ କହିଥିଲେ । କ୍ରୀଡା କ୍ଷେତ୍ରରେ ଅନୁରାଧା ବିଶ୍ଵାଳ , ଓଡ଼ିଶୀ ନୃତ୍ୟ ସଙ୍ଗୀତ ଗୁରୁ ଗୋପାଳଚନ୍ଦ୍ର ପଣ୍ଡା , ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଙ୍କୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଲାଭ କରିଥିବା ଛାତ୍ର ଛାତ୍ରୀ ଲିପି ପୁଷ୍ପା ଗିରି , ଭାଗ୍ୟଶ୍ରୀ ବେହେରା , ଗାୟତ୍ରୀ ଦଣ୍ଡପାଟ, ବର୍ଷା ବିନ୍ଧାଣି , ସୈ।ମ୍ୟଶ୍ରୀ କର , ଶୁଭଶ୍ରୀ ମହାପାତ୍ର , ରାଜେଶ କୁମାର ମାଇତି, ମୃତ୍ୟୁଞୟ ପଣ୍ଡା , ଅନନ୍ୟା ପୁହାଣ , ମନିଷା ମହାନ୍ତି ମୋଟ ୧୫ ଜଣଙ୍କୁ , ୧୦୧ ଜଣଙ୍କୁ ସ୍ୱର୍ଣ୍ଣ ପଦକ , ୧୮୩୧ ଜଣଙ୍କୁ ୟୁଜିପିଜି , ୮୯ ଜଣଙ୍କୁ ପି ଏଚ ଡି ଡିଗ୍ରୀ ରେ ସମ୍ମାନିତ କରାଗଲା ।

ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ହରିବାବୁ କମ୍ଭନପତି , ବାଲେଶ୍ୱର ସା଼ଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ସମ୍ମାନନୀୟ ବିଧାୟକଗଣ , ସିନେଟ୍ ର ସଦସ୍ୟ ସଦସ୍ୟା , ଅଧ୍ୟାପକ ଅଧ୍ୟାପିକା , ପୂର୍ବତନ ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ଜାତୀୟ ସଙ୍ଗୀତ ର ଧୂନ୍ ଦିଆଗଲା ।
