କଟକ : ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଅମ୍ଳାନ ସ୍ମୃତି ଉଦ୍ୟେଶରେ ଏକ ସ୍ମୃତିଚାରଣ ସଭା ଆଜି କଟକି ଖଟି ତରଫରୁ ଆୟୋଜିତ ହେଇଥିଲା। ସ୍ଥାନୀୟ ଭଞ୍ଜ କୁଟୀରରେ ଶୋକସଭାର ଆରମ୍ଭରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କଟକି ଖଟିର ସଭାପତି ମନ୍ମଥ କୁମାର ସାହୁଙ୍କ ପୌରାହିତ୍ୟରେ ହେଇଥିବା ଏହି ସଭାରେ ରବି ଶଙ୍କର ପ୍ରଧାନଙ୍କ ବିଷୟରେ ଉପସ୍ଥିତ ସଭ୍ୟମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଦିବଙ୍ଗତ ସୀତାର ବାଦକ ରବି ଶଙ୍କର ପ୍ରଧାନଙ୍କୁ ମନେପକେଇବା ସହିତ ତାଙ୍କ ସଙ୍ଗୀତମୟ ଯାତ୍ରା, ଗୁରୁ ଶିଷ୍ୟ ପରମ୍ପରା ଓ ମୂଲ୍ୟବୋଧକୁ ସ୍ମରଣ କରି ଅଶ୍ରୁଳ ଏବଂ ଶ୍ରଦ୍ଧାଭରା ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଶୋକ ସଭାରେ ବରିଷ୍ଠ ଗୀତିକାର ସତ୍ୟ ଦାସ ପ୍ରଥମେ ସ୍ମୃତିଚାରଣ କରି ରବି ଶଙ୍କରଙ୍କ ସହିତ କଟାଇ ଥିବା ଅଭୁଲା ଦିନଗୁଡିକ ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ରଞ୍ଜନ ଲେଙ୍କା, ପୂର୍ଣ୍ଣ ଚନ୍ଦ୍ର ଭଞ୍ଜ, ସତ୍ୟେନ୍ଦ୍ର କୁମାର ଗିରି, ଡମ୍ବରୁଧର ନାୟକ, ବିଜୟ କୁମାର ସାହୁ, କଲ୍ୟାଣ ମହାରଣା, ପ୍ରମୋଦ କୁମାର ଘଡେଇ, ବୁଢା ମହାନ୍ତି, ନିରଞ୍ଜନ ସାହୁ, ନବ କିଶୋରେ ମହାରଣା, ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।
