• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

by Voice of Victims
February 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି ମାମଲା: ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର ହେଉଥିବା ଅଭିଯୋଗ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଷ୍ଟ୍ରୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଅପବ୍ୟବହାର ରୋକିବା ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଖୋଲାଯିବା ସହିତ ଅପବ୍ୟବହାର ଅଭିଯୋଗ ଗ୍ରହଣ ପାଇଁ ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

୬ ସପ୍ତାହ ମଧ୍ୟରେ ଏ ନେଇ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏଲୋନ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ରୁଜ୍ଜୁ ହୋଇଥିଲା ଏହି ମାମଲା । ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ମାନ୍ୟବର ବିଚାରପତି ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଏଲୋନ ଟ୍ରଷ୍ଟ ପକ୍ଷରୁ ଷ୍ଟେଟ୍‌ ଏମ୍‌‌ବ୍ଲମ୍‌ ଅଫ ଇଣ୍ଡିଆ (ପ୍ରୋହିବେସନ୍‌ ଅଫ ଇମ୍‌ପ୍ରପର ୟୁଜ) ଆକ୍ଟ-୨୦୦୫କୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା । ଜାତୀୟ ପ୍ରତୀକରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ଲେଖା ରହିବା କଥା । କିନ୍ତୁ ଅନେକ ସମୟରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ନ ଥିବା ଦେଖିବାକୁ ମିଳୁଛି । ରାଷ୍ଟ୍ରୀୟ ଚିହ୍ନ ଯେଉଁ ସ୍ଥାନରେ ଲଗାଯିବା କଥା ନୁହେଁ, ସେଠାରେ ମଧ୍ୟ ଏହାର ବ୍ୟବହାର କରାଯାଉଛି ।

ଏଭଳି ଅପବ୍ୟବହାରକୁ ରୋକିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ପ୍ରାର୍ଥନା କରାଯାଇଥିଲା । ମାମଲାରେ କେନ୍ଦ୍ର ସରକାର, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ସରକାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ପୂର୍ବ ଶୁଣାଣିରେ ଖଣ୍ଡପୀଠ ଆଦେଶରେ କହିଥିଲେ ଯେ ରାଷ୍ଟ୍ରୀୟ ପ୍ରତୀକ ଆଇନକୁ ଉଲ୍ଲଙ୍ଘନ କରୁଥିବା କିମ୍ବା ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଦାଲତଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ ।

କିନ୍ତୁ ଏହି ବୃହତ୍ତର ସମସ୍ୟାର ସମାଧାନ କରାଯିବା ଆବଶ୍ୟକ । ଯାହାଦ୍ବାରା ଏପରି ଆଇନର ଅପବ୍ୟବହାରକୁ ରୋକାଯାଇପାରିବ । ଜନଗଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର କିଭଳି ହୋଇପାରିବ ଏବଂ ଅପବ୍ୟବହାରକୁ କିଭଳି ରୋକାଯାଇପାରିବ ତାହା ଉପରେ ପରାମର୍ଶ ଦେବା ପାଇଁ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ମନୋଜ କୁମାର ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ ସୁବିର ପାଲିତଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କରିଥିଲେ । ଏଲୋନ୍ ଟ୍ରଷ୍ଟ ତରଫରୁ ଆଇନଜୀବୀ ପବିତ୍ର କୁମାର ଦତ୍ତ ଏହି ମାମଲା ପରିଚାଳନା କରୁଥିଲେ ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In