• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି

by Voice of Victims
February 5, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ ବିରଳା ସଦନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଟାଳିକା ନେଇ ଦାବି କରିଛନ୍ତି । ବୁଧବାର ଅପରାହ୍ନ ୫ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦକୁ ସମ୍ବୋଧିତ କରିବାର ଥିଲା । ହେଲେ ଶେଷ ସମୟରେ ଏହାକୁ ବାରଣ କରାଯାଇଥିଲା । ଏହାର କାରଣ ଆଜି ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ ବିରଳା ନିଜ ପୀଠରେ ବସି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅପ୍ରତ୍ୟାସିତ ଘଟଣା ଘଟିବାର ଆଶଙ୍କା ଥିଲା, ଏଥିଲାଗି ସେ ସଦନକୁ ନ ଆସନ୍ତୁ ବୋଲି ଆଗ୍ରହ୍ୟ କରାଯାଇଥିଲା ।

ଗୁରୁବାର ଲୋକସଭା କାର୍ଯ୍ୟକ୍ରମ କାଳରେ ବାଚସ୍ପଚି ଓମ ବିରଳା କହିଛନ୍ତି ଯେ, ପରିସ୍ଥିତିକୁ ଦେଖି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଂସଦକୁ ନ ଆସିବାକୁ ଆଗ୍ରହ୍ୟ କରିଥିଲି ଓ ସେ ଏହାକୁ ମାନିଥିଲେ । ଏହି ଅବସରରେ ବାଚସ୍ପତି କଂଗ୍ରେସ ସାଂସଦମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ପୋଷ୍ଟର ନେଇ ଆସିଲେ ସଂସଦରେ କାର୍ଯ୍ୟକ୍ରମ ଚାଲି ପାରିବନି ବୋଲି କଂଗ୍ରେସ ପ୍ରତିନିଧିଙ୍କୁ କହିଛନ୍ତି । ଗୃହକାର୍ଯ୍ୟରେ ବିରୋଧୀ ବାରମ୍ବାର ବାଧା ଦେବାରୁ ବାଚସ୍ପତି ଲୋକସଭା ସ୍ଥଗିତ କରିଦେଇଥିଲେ ।

ତେବେ ଗୁରୁବାର ଓମ ବିରଳାଙ୍କ ବୟାନ ପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି (ଭଦ୍ରା) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ‘ବାଚସ୍ପତିଙ୍କ ପଛରେ ଲୁଚୁଛନ୍ତି । କାଲି ସଦନକୁ ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ସାହସ ହେଲାନି, କାରଣ ୩ ଜଣ ମହିଳା ବାଚସ୍ପତିଙ୍କ ସାମ୍ନାରେ ଛିଡା ହୋଇ ରହିଥିଲେ । ଗୃହରେ କୌଣସି ଚର୍ଚ୍ଚା ହେଉ ନାହିଁ ।

ସୂଚନାଯୋଗ୍ୟ, ଲୋକସଭାରେ ବୁଧବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଥିଲା । ଏଥିରେ ଲୋକସଭା ବାଚସ୍ପତି ଓମ ବିରଲା ଆହ୍ୱାନ ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଯାଇଥିଲା ।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In