• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ

by Voice of Victims
February 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ

ରଣପୁର/ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜନୈତିକ ପରିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଜୋନର ରାମଚନ୍ଦ୍ରପୁର ଶାସନରେ ଜନ୍ମିତ ଯୁବ କଂଗ୍ରେସ ନେତା ବାଳକୃଷ୍ଣ ଷଢଙ୍ଗୀଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଷଢଙ୍ଗୀ ଦୀର୍ଘ ଦିନ ଧରି କଂଗ୍ରେସ ଦଳର ସକ୍ରିୟ କର୍ମୀ ଭାବେ ଜନସେବା ଓ ସଂଗଠନମୂଳକ କାର୍ଯ୍ୟରେ ନିରନ୍ତର ଭାବେ ଜଡିତ ରହିଆସୁଛନ୍ତି। ଗ୍ରାମ ଓ ବ୍ଲକ୍ ସ୍ତରରେ ଦଳକୁ ସୁଦୃଢ଼ କରିବା, ଯୁବକ ଓ କୃଷକମାନଙ୍କ ସମସ୍ୟା ଉପରେ ସ୍ୱର ଉଠାଇବା ସହ ଜନସାଧାରଣଙ୍କ ସହ ନିକଟ ସମ୍ପର୍କ ରଖିବାରେ ସେ ପରିଚିତ।

ତାଙ୍କର ଏହି ନିଯୁକ୍ତିକୁ ନେଇ ରଣପୁର ଅଞ୍ଚଳ ସହ ଗୋପାଳପୁର ଜୋନର କଂଗ୍ରେସ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ବହୁ କଂଗ୍ରେସ ନେତା ଓ କର୍ମୀ ଶ୍ରୀ ଷଢଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଏହି ନୂତନ ଦାୟିତ୍ୱ ଦଳକୁ ଆଗାମୀ ଦିନରେ ଆହୁରି ସଶକ୍ତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ବାଳକୃଷ୍ଣ ଷଢଙ୍ଗୀ କହିଛନ୍ତି ଯେ, “ଦଳ ମୋ ପ୍ରତି ଯେ ଭରସା ରଖିଛି, ସେଥିପାଇଁ ମୁଁ କୃତଜ୍ଞ। ଆଗାମୀ ଦିନରେ ଦଳର ନୀତି ଓ ଆଦର୍ଶକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚିବା ସହ ଜନସମସ୍ୟା ସମାଧାନ ପାଇଁ ସଂଗଠିତ ଭାବେ କାମ କରିବି।” ତାଙ୍କର ଏହି ନିଯୁକ୍ତି ନୟାଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In