• About Us
  • Contact Us
Tuesday, February 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା

by Voice of Victims
February 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣା : ନିନ୍ଦା କଲେ ନବୀନ ପଟ୍ଟନାୟକ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଭୁବନେଶ୍ୱର : ଧାନ କିଣାରେ ଅବ୍ୟବସ୍ଥା । ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା । ମଣ୍ଡିରେ ଚାଷୀ ହନ୍ତସନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ଘେରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଏକ ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ସରକାର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।

ନବୀନଙ୍କ ପ୍ରମୁଖ ଅଭିଯୋଗ ଗୁଡିକ ହେଲା କଟନି ଛଟନିରେ ଚାଷୀ ଆତଙ୍କିତ । ମଣ୍ଡିରେ ଗୁଣବତ୍ତା ନାଁରେ କ୍ୱିଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ କଟାଯାଉଛି । ଏଥିରେ ମିଲର ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ୧୫୦ କ୍ୱିଣ୍ଟାଲ ସୀମାକୁ ନେଇ ଆପତ୍ତି ଉଠାଇଛନ୍ତି । କହିଛନ୍ତି ୮୦୦ ଟଙ୍କାର ଇନପୁଟ୍ ସବସିଡି ଉପରେ ୧୫୦ କ୍ୱିଣ୍ଟାଲର ସୀମା ଲଗାଇବା ଦ୍ୱାରା ଚାଷୀମାନେ କ୍ଷତି ସହୁଛନ୍ତି । ଏହା ବିଜେପିର ସଂକଳ୍ପ ପତ୍ରର ବିରୋଧାଚରଣ କରୁଛି ।

ଧାନ ଉଠାଇବାରେ ବିଳମ୍ବ ଯୋଗୁଁ ହଜାର ହଜାର ଚାଷୀ ଶୀତ କାକରରେ ଖୋଲା ଆକାଶ ତଳେ ଧାନ ଜଗି ରହିଛନ୍ତି । ୪୮ ଘଣ୍ଟା ମଧ୍ୟରେ ଟଙ୍କା ମିଳିବାର ପ୍ରତିଶ୍ରୁତି ମଧ୍ୟ ଫେଲ୍ ମାରିଛି । ଯାହାଫଳରେ ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି । ସରକାରୀ ଅବହେଳା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ଦଲାଲ ଓ ମିଲରଙ୍କୁ କମ୍ ଦାମରେ ଧାନ ବିକୁଛନ୍ତି ।

ଏହାସହ ନବୀନ ସରକାରଙ୍କ ପାଖରେ ୪ଟି ଦାବି ରଖିଛନ୍ତି । ପ୍ରଥମ ମଣ୍ଡିରେ କଟ୍ ନୀ-ଛଟ୍ ନୀ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଉ । ଦ୍ବିତୀୟ ଇନପୁଟ୍ ସବସିଡି ଉପରେ ଥିବା ୧୫୦ କ୍ୱିଣ୍ଟାଲ ସୀମାକୁ ହଟାଯାଉ । ତୃତୀୟରେ ପ୍ରତିଶ୍ରୁତି ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉ । ଚତୁର୍ଥରେ ଖୋଲା ଆକାଶ ତଳେ ପଡ଼ିଥିବା ଧାନକୁ ୭୨ ଘଣ୍ଟା ମଧ୍ୟରେ ଉଠାଯାଉ । ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ତୁରନ୍ତ ପଦକ୍ଷେପ ନନିଅନ୍ତି, ତେବେ ବିଜୁ ଜନତା ଦଳ ଚାଷୀଙ୍କ ସ୍ୱାର୍ଥ ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ଜୋରଦାର କରିବ ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ହସପିଟାଲରେ ହେଲେ ଭର୍ତ୍ତି
  • ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି
  • ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା
  • ବଳଭଦ୍ରପୁର ଯୁବକ ସଙ୍ଘ ଆନୁକୂଲ୍ୟରେ ମାଗଣା ଫିଜିଓଥେରାପି ଶିବିର ଅନୁଷ୍ଠିତ
  • ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In