ମୁମ୍ବାଇ : ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା । ପୁଣେର ଏକ ଘରୋଇ ହସପିଟାଲରେ ଶରଦ ପାୱାର ଭର୍ତ୍ତି ହୋଇଛନ୍ତି । ଅଜିତ ପାୱାରଙ୍କ ନିଧନ ପରେ ନିର୍ବାଚନ ପାଇଁ ଗତ କିଛିଦିନ ହେଲାଣି ଶରଦ ପାୱାର ମୁମ୍ବାଇ, ପୁଣେ ଏବଂ ବାରାମତି ଗସ୍ତ କରୁଥିଲେ । ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ଲଗାତାର ସେମାନଙ୍କ ସହିତ ସାକ୍ଷାତ କରୁଥିଲେ । ଏହାରି ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି । ଜ୍ବର ଏବଂ ଗଳାରେ ସଂକ୍ରମଣ ଯୋଗୁଁ ହସିଟାଲରେ ଆଡମିଟ୍ ହୋଇଥିବା ଜଣାପଡିଛି ।
ଖବର ମୁତାବକ, ଆଜି ସକାଳେ ଶରଦ ପାୱାରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପୁଣେର ଏକ ଘରୋଇ ହସପିଟାଲରେ ଡାକ୍ତର ଯାଞ୍ଚ ପରେ ସେ ହସପିଟାଲରେ ରହିବେ କି ବାସଭବନକୁ ଫେରିବେ ତାହା ଜଣାପଡିବ । ଶରଦ ପାୱାରଙ୍କୁ ୭୫ ବର୍ଷ ପୁରିଲାଣି । ଏତେ ବୟସରେ ମଧ୍ୟ ରାଜନୀତିରେ ବେଶ୍ ସକ୍ରିୟ ରହିଛନ୍ତି । ନିଜ ପାର୍ଟି ପାଇଁ ନିର୍ବାଚନ ପ୍ରଚାର ମଧ୍ୟକରୁଛନ୍ତି । ତାଙ୍କ ସୁସ୍ଥ କାମନା କରିଛନ୍ତି ଫ୍ୟାନ୍ସ ।
