ଭୁବନେଶ୍ୱର : ତ୍ରିକୋଣୀୟ ପ୍ରେମରୁ ହତ୍ୟା । ସତ୍ୟବ୍ରତ-ଲିଜା-ଦୀନେଶଙ୍କ ତ୍ରିକୋଣୀୟ ପ୍ରେମରୁ ହତ୍ୟା । ଲିଜାଙ୍କୁ କ୍ଲିନଚିଟ୍ ଦେଲା ପୋଲିସ । ଭୁବନେଶ୍ବର ନୀଳାଦ୍ରିବିହାରରେ ପ୍ରପୋଜ ଡେ’ ମର୍ଡର ମାମଲାରେ ଜୋନ-୬ ଏସିପି ସୋନାଲୀ ସିଂ ପରମାର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡରେ ଲିଜାଙ୍କ ବିରୋଧରେ ପ୍ରମାଣ ମିଳିନାହିଁ । ହତ୍ୟା କରିଥିବା ସତ୍ୟବ୍ରତଙ୍କୁ ପୂର୍ବରୁ ଜାଣି ନଥିଲା ଦୀନେଶ। ଲିଜା ସହ ସତ୍ୟବ୍ରତଙ୍କୁ ଦେଖି ଉତ୍ତ୍ୟକ୍ତ ହୋଇ ହତ୍ୟା କରିଥିଲା । ଏବେ ସୁଦ୍ଧା ହତ୍ୟା ପଛର ଷଡ଼ଯନ୍ତ୍ର ସ୍ପଷ୍ଟ ହୋଇନାହିଁ ବୋଲି ଏସିପି ସୋନାଲୀ ସିଂ ପରମାର ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡରେ ଅନ୍ୟ କାହାର ସଂପୃକ୍ତି ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ।
କ୍ରାଇମ ସ୍ପଟରେ ଡେମା ଦେଖାଇଲା ଅଭିଯୁକ୍ତ ଦୀନେଶ । କ୍ରାଇମ ସ୍ପଟରେ ଦୀନେଶକୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିଛି। କେମିତି ହୋଇଥିଲା ହତ୍ୟାକାଣ୍ଡ ଡେମୋ ଦେଖାଇଲା ଦୀନେଶ । ଲିଜା ସହ ଦିନେଶର ଦୀର୍ଘଦିନର ସମ୍ପର୍କ ଥିଲା । ହେଲେ ଦୁଇମାସ ହେଲା ଲିଜା ଆଭଏଡ୍ କରୁଥିଲା । ଫୋନ୍ ଧରୁନଥିଲା କି ଭିଡିଓ କଲ୍ ରିସିଭ କଲାନି। ପ୍ରପୋଜ୍ ଡେ ଦିନ ଲିଜା ପାଖକୁ ଆସିଥିଲା ଦିନେଶ । ଆଉ ଘର ଭିତରେ ଲିଜା ସହ ଥିଲା ସତ୍ୟବ୍ରତ । ଲିଜାର ଚୋରା ପିରତି ଦେଖି ରକ୍ତମୁଖା ପାଲଟିଯାଇଥିଲା ଦିନେଶ । ମୋର ତ ନୁହେଁ କାହାର ନୁହେଁ । ପରେ ଛୁରିରେ ସତ୍ୟବ୍ରତକୁ ଆକ୍ରମଣ କରିଥିଲା । କାର ଡ୍ରାଇଭର ସତ୍ୟବ୍ରତ କୁ ସେହିଦିନ କେମିତି ଓ କେଉଁ ପରିସ୍ଥିତିରେ ହତ୍ୟା କଲା? ହତ୍ୟାରେ ଲିଜାର ଭୂମିକା କ’ଣ ? ଏସବୁର ଖୁଲ୍ଲାସା କରିଛି ଦିନେଶ । ଭୁବନେଶ୍ବର ନୀଳାଦ୍ରିବିହାର ପ୍ରପୋଜ ଡେ’ ମର୍ଡରରେ ହତ୍ୟାକାରୀର କାର ଜବତ ହୋଇଛି । ହତ୍ୟାରେ ବ୍ୟବହୃତ ଦୀନେଶର କାର୍ ଚନ୍ଦ୍ରଶେଖରପୁରରୁ ଠାବ କରିଛି କମିଶନରେଟ ପୋଲିସ ।
