• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁମ୍ୱାଇରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ଚାପି ହୋଇ ରହିଛି ଅନେକ ଗାଡ଼ି; ୪ ଆହତ

by Voice of Victims
February 14, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମୁମ୍ୱାଇରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ଚାପି ହୋଇ ରହିଛି ଅନେକ ଗାଡ଼ି; ୪ ଆହତ

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇର ମୁଲୁଣ୍ଡ (ପଶ୍ଚିମ) ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା । ଏଲବିଏସ ରୋଡରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲରର ଗୋଟିଏ ଅଂଶ ହଠାତ୍ ଭାଙ୍ଗି ପଡ଼ିଥିଲା । ଭାଙ୍ଗି ପଡ଼ିଥିବା ସିମେଣ୍ଟ ତଳେ ଅନେକ ଗାଡ଼ି ଚାପି ହୋଇଛି । ପିଲରର କିଛି ଅଂଶ ଏକ ଅଟୋ-ରିକ୍ସା ଉପରେ ମଧ୍ୟ ପଡ଼ିଥିଲା, ଫଳରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡିଛି ।

ବିଏମସି ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାଟି ପ୍ରାୟ ଦିନ ୧୨ଟା ୨୦ ମିନିଟ ସମୟରେ ଘଟିଥିଲା । ଏକ ଅଟୋ-ରିକ୍ସାରେ ଥିବା ୪ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବଡ଼ ବଡ଼ ସିମେଣ୍ଟ ଖଣ୍ଡ ଅଟୋ-ରିକ୍ସାର ପଛ ଭାଗରେ ପଡ଼ିଥିଲା । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୁମ୍ବାଇ ଅଗ୍ନିଶମ ବାହିନୀ ତୁରନ୍ତ ଭଗ୍ନାବଶେଷ ସଫା କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ପୋଲିସ, ମେଟ୍ରୋ ପ୍ରାଧିକରଣ ଅଧିକାରୀ, ୱାର୍ଡ ପ୍ରଶାସନ କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଥିଲା ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ନିର୍ମାଣାଧୀନ ପିଲରଟି ଦୁର୍ବଳ ଥିଲା । ତେବେ ଦୁର୍ଘଟଣାର ସଠିକ୍ କାରଣ କେବଳ ବୈଷୟିକ ତଦନ୍ତ ପରେ ଜଣାପଡ଼ିବ । ମେଟ୍ରୋ ପ୍ରକଳ୍ପରେ ଜଡିତ ଇଞ୍ଜିନିୟର ଏବଂ ଠିକାଦାର କମ୍ପାନିର ଅଧିକାରୀମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି । ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛି ।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In