ଜୟପୁର : ଜୟପୁର ଦିଲ୍ଲୀ ଆଜମେର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଡ୍ରୋଜେନ ପରାକ୍ସାଇଡ ଭର୍ତ୍ତି ଥିବା ଏକ କେମିକାଲ ଟ୍ୟାଙ୍କର ସାମ୍ନାରେ ଟ୍ରକ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ଗାଡିର ସାମ୍ନା ଭାଗ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।
ଖବର ମୁତାବକ, ଦୁର୍ଘଟଣା ଶାହପୁର ନିକଟରେ ହୋଇଥିଲା । ଏହାପରେ ହାଇୱେ ଜାମ୍ ହୋଇଯାଇଥିଲା । ଫଳରେ ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା । ଟ୍ୟାଙ୍କରରେ ବିପଦପୂର୍ଣ୍ଣ କେମିକାଲ ହେବା ଯୋଗୁଁ ପ୍ରଶାସନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘେରାବନ୍ଦୀ କରିଥିଲା । ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।
ତେବେ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ କ୍ରେନ ସହାୟତାରେ ଟ୍ୟାଙ୍କରକୁ ହଟାଯାଇଥିଲା । ଟ୍ୟାଙ୍କରରେ ବିପଦପୂର୍ଣ୍ଣ ପଦାର୍ଥ ଥିବାରୁ ଉଦ୍ଧାର କାମ ସତର୍କତାର ସହିତ କରାଯାଇଥିଲା । ହାଇୱେ ଜାମ୍ ହୋଇଯାଇଥିଲା । ଫଳରେ ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।
