• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ୨ ପାଇଲଟଙ୍କ ମୃତ୍ୟୁ

by Voice of Victims
March 6, 2026
in ଦେଶ ବିଦେଶ, ମୁଖ୍ୟ ଖବର
ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ୨ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍ । ଆସାମରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ (Su-30MKI) ଯୁଦ୍ଧବିମାନ କାଲି ସନ୍ଧ୍ୟାରେ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଯୋରହାଟ ଏୟାରବେସରୁ ଏକ ପ୍ରଶିକ୍ଷଣ ଉଡ଼ାଣ ପାଇଁ ବାହାରିଥିଲା । ମାତ୍ର ସନ୍ଧ୍ୟା ପ୍ରାୟ ୭:୪୨ ସମୟରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ଏକ ପାହାଡ଼ିଆ ତଥା ଜଙ୍ଗଲିଆ ଅଞ୍ଚଳରେ ବିମାନଟି ଖସିପଡ଼ିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏକ ବଡ଼ ଧରଣର ବିସ୍ଫୋରଣ ଏବଂ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ।

ବର୍ତ୍ତମାନ ସୁଦ୍ଧା ବିମାନର ଭଙ୍ଗା ଅଂଶ ମିଳିସାରିଛି । କିନ୍ତୁ ପାଇଲଟ୍ ଙ୍କର କୌଣସି ପତ୍ତା ମିଳିନାହିଁ । ବାୟୁସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଯୋରହାଟରୁ ପ୍ରାୟ ୬୦ କିମି ଦୂର ଚୋକିହୋଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବିମାନଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳକୁ ବାୟୁସେନା ଏବଂ ଜରୁରୀକାଳୀନ ଟିମ୍ ପଠାଯାଇଛି । ସୁଖୋଇ ବିମାନରେ ଦୁଇଜଣ ବସିବାର ବ୍ୟବସ୍ଥା ଥାଏ । ନିଖୋଜ ପାଇଲଟ୍ ମାନଙ୍କୁ ଖୋଜିବା ପାଇଁ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଛି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ ବିମାନଟି ନିର୍ଦ୍ଧାରିତ ସମୟରେ ଫେରିନଥିଲା । ଯାହା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା ।

ଏଥିସହ ଜାଣିରଖନ୍ତୁ ଯେ, ସୁ-30 ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ବିୟୋଗରେ ଆଇଏଏଫ୍ ଶୋକ ପ୍ରକାଶ କରୁଛି । ଏହି ଦୁଃଖର ମୁହୂର୍ତ୍ତରେ ସମସ୍ତ ଆଇଏଏଫ୍ କର୍ମଚାରୀ ଗଭୀର ସମବେଦନା ଜଣାଇଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ୨ ପାଇଲଟଙ୍କ ମୃତ୍ୟୁ
  • ବାଟବଣା କଲା ଅନଲାଇନ ମ୍ୟାପ: ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର
  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
  • CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଅମିତ ଶାହ, କହିଲେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଲକ୍ଷ୍ୟ
  • କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In