• About Us
  • Contact Us
Saturday, May 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଶ୍ଚିମବଙ୍ଗ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା

by Voice of Victims
March 8, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପଶ୍ଚିମବଙ୍ଗ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବେଙ୍ଗଲ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି । ଦାର୍ଜିଲିଂରେ ସାନ୍ତାଳ ସମ୍ମିଳନାରେ ବ୍ୟାପକ ପ୍ରଶାସନିକ ଅବ୍ୟବସ୍ଥା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅସନ୍ତୋଷ । ଲୋକମାନେ ତାଙ୍କୁ ଭେଟଙ୍କୁ ବୋଲି ବେଙ୍ଗଲ ପ୍ରଶାସନ ଚାହୁଁନଥିଲା । ସମ୍ମିଳନୀକୁ ମମତା ଦିଦି କାହିଁକି ଆସିଲେ ନାହିଁ ବୋଲି ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାନ୍ତାଳ ସମ୍ମିଳନୀର ସ୍ଥାନ ଚୟନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସେ ଖୋଲାଖୋଲି ଭାବେ ନିଜର ମନର ଦୁଃଖ ପ୍ରକାଶ କରିଛନ୍ତି ।

ସାନ୍ତାଳ ସମ୍ମିଳନୀ ପାଇଁ ପ୍ରଶାସନ ଏପରି ଏକ ସ୍ଥାନ ବାଛିଲା ଯେଉଁଠାକୁ ସାଧାରଣ ଲୋକ ପହଞ୍ଚିବା କଷ୍ଟକର ବୋଲି କହିଛନ୍ତି ମହାମହିମ । ସମ୍ମିଳନୀ ଦୂରରେ ହେଉଥିବାରୁ ଅନେକ ଲୋକ ଆସିପାରିଲେ ନାହିଁ, ଯାହା ତାଙ୍କୁ ବହୁତ ଦୁଃଖ ଦେଇଛି । ବୋଧହୁଏ ପ୍ରଶାସନ ଭାବିଥିଲା କେହି ଆସିବେନି ଆଉ ରାଷ୍ଟ୍ରପତି ସେମିତି ଫେରିଯିବେ । ଏହା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଯେତେବେଳେ ରାଷ୍ଟ୍ରପତି ଆସନ୍ତି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବା କଥା । କିନ୍ତୁ ମମତା ଦିଦି ଆସିଲେ ନାହିଁ । ସେ କାହିଁକି ମୋ ଉପରେ ରାଗିଛନ୍ତି ମୁଁ ଜାଣିନି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେପଟେ ରାଷ୍ଟ୍ରପତିଙ୍କ ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ସମୟରେ ବିଜେପି କଥାରେ ପଡ଼ି ରାଜନୀତି କରନ୍ତୁ ନାହିଁ ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ଅଛି, କିନ୍ତୁ ସେ ବିଜେପିର ଏଜେଣ୍ଡାରେ କାମ କରିବା ଉଚିତ୍ ନୁହେଁ ।  ଏହା ସହ SIR ନୋଇ ପ୍ରଶ୍ନ କରିଛନ୍ତି । ବିଜେପିର ‘SIR’ ଅଭ୍ୟାସ ଯୋଗୁଁ କେତେ ଆଦିବାସୀ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କୁ କିଭଳି ବାହାର କରିଦିଆଯାଇଛି, ସେ ବିଷୟରେ ରାଷ୍ଟ୍ରପତି ଜାଣିବା ଉଚିତ୍ ବୋଲି କହିଛନ୍ତି ମମତା ।  ଏହା ସହ ମଣିପୁରରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ବେଳେ ସେତେବେଳେ ଆପଣଙ୍କ ସ୍ବର କାହିଁକି ଶୁଣାଯାଉନଥିଲା ବୋଲି ପ୍ରଶ୍ନ କରିଛନ୍ତି ।

Post Views: 39
Share3Tweet2Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In