• About Us
  • Contact Us
Wednesday, March 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା, ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

by Voice of Victims
March 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା, ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ବାଲେଶ୍ୱର : ବିଜେଡିରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ।  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ।  ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ଜେନା ।  କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ବଦଳରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରାଯାଇଥିଲା।

କିନ୍ତୁ ବିଜେଡି ସେହି ଆସନ ହରାଇଥିଲା ।  ପୂର୍ବରୁ କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିରେ ରବୀନ୍ଦ୍ରଙ୍କ ନାଁ ଆସିଥିଲା। ୨୦୧୫ ଏବଂ ୨୦୧୬ରେ ସିବିଆଇ ତାଙ୍କୁ ବାରମ୍ବାର ଜେରା କରିଥିଲା। ୨୦୨୩ରେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ । ୨୦୨୫ ଜୁଲାଇରେ ତାଙ୍କୁ କୋର୍ଟରୁ ଆନ୍ତରୀଣ ଆଶ୍ୱସ୍ତି ମିଳିଥିଲା।

ରବୀନ୍ଦ୍ର ନିଜେ ଦଳ ଛାଡ଼ିଥିଲେ ମଧ୍ୟ ତାଙ୍କ ପତ୍ନୀ ସୁବାସିନୀ ଜେନା ବିଜେଡିରୁ ବସ୍ତା ବିଧାୟିକା ଅଛନ୍ତି ।  ଏଭଳି ସ୍ଥିତିରେ ରବୀନ୍ଦ୍ରଙ୍କ ଇସ୍ତଫା ପରିବାର ଓ ଦଳ ମଧ୍ୟରେ କି ପ୍ରକାର ସମ୍ପର୍କ ରଖିବ ତା ଉପରେ ସମସ୍ତଙ୍କ ନଜର ରହିଛି । ୨୦୨୬ ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଠିକ ପୂର୍ବରୁ ରବୀନ୍ଦ୍ରଙ୍କ ଏହି ପଦକ୍ଷେପ ବେଶ ଚର୍ଚ୍ଚା ହେଉଛି ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ବିକାଶର ବହୁ ଦୂରରେ, ସାହାରା ଖୋଜୁଛି ଜରାଜୀର୍ଣ୍ଣ ଖଙ୍କର ଯାତ୍ରୀ ବିଶ୍ରାମଗାର
  • “ଆଖିରେ ତୁ” – ଏକ ସୁନ୍ଦର ରୋମାଣ୍ଟିକ ଗୀତ ବିଶ୍ୱବ୍ୟାପି ମୁକ୍ତିଲାଭ
  • ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି, ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବେ ହରିଶ ରାଣା
  • ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା, ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର
  • OAS ବାବୁଙ୍କ ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା, ଏବେ ସୁଦ୍ଧା ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In