• About Us
  • Contact Us
Thursday, March 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜୟଶଙ୍କରଙ୍କ ଫୋନ୍ କଲ୍ : ଭାରତକୁ ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି

by Voice of Victims
March 12, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଜୟଶଙ୍କରଙ୍କ ଫୋନ୍ କଲ୍ : ଭାରତକୁ ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନ ବିତିଗଲାଣି । ଏହା ଭିତରେ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚିଙ୍କ ମଧ୍ୟରେ ହୋଇଥିବା ଫୋନ କଥାବାର୍ତ୍ତା ପରେ ଇରାନ ଭାରତୀୟ ଟ୍ୟାଙ୍କରଗୁଡ଼ିକୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ସୁରକ୍ଷିତ ଯିବାକୁ ଅନୁମତି ଦେଇଛି ।

ଖବର ମୁତାବକ, ବୈଦେଶିକ ମନ୍ତ୍ରୀ ଇରାନର ଆରାଘଚିଙ୍କ ସହ କଥାବାର୍ତ୍ତା କରିବା ପରେ ଇରାନ ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କେବଳ ଇରାନ ସହିତ ନୁହେଁ ବରଂ ଅନ୍ୟାନ୍ୟ ପ୍ରମୁଖ ବିଶ୍ୱ ଶକ୍ତି ସହିତ ମଧ୍ୟ ସମନ୍ୱୟ ସ୍ଥାପନ କରିଛନ୍ତି । ସେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏବଂ ଫରାସୀ ବୈଦେଶିକ ମନ୍ତ୍ରୀ ଜିନ୍-ନୋଏଲ୍ ବାରୋଙ୍କ ସହିତ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜଗୁଡ଼ିକ ଏହି ରାସ୍ତାରେ କଠୋର କଟକଣାର ସମ୍ମୁଖୀନ ହେଉଥିବା ସମୟରେ ଇରାନ ଭାରତକୁ ଏହି ସ୍ୱତନ୍ତ୍ର ଛାଡ ଦେଇଛି । ଭାରତକୁ ଛାଡ ପ୍ରଦାନ କରି ଇରାନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜ ଉପରେ କଟକଣା ଜାରି ରହିବ, ଭାରତୀୟ ଟ୍ୟାଙ୍କରଗୁଡ଼ିକ ସୁରକ୍ଷିତ ଭାବରେ ହର୍ମୁଜ୍ ଦେଇ ପରିବହନ କରିପାରିବେ ।

ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏକ ତୈଳବାହୀ ଜାହାଜ ହର୍ମୁଜ୍ ଜଳପଥ ଅତିକ୍ରମ କରି ସୁରକ୍ଷିତ ଭାବେ ମୁମ୍ବାଇ ବନ୍ଦରରେ ପହଞ୍ଚିବାରେ ସଫଳ ହୋଇଛି । ଜାହାଜରେ ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ରହିଛି । ଜବାହର ଦ୍ୱୀପରେ ସନ୍ଧ୍ୟା ୬.୦୬ ମିନିଟରେ ଜାହାଜ ଲାଗିବା ପରେ ତୈଳ ଖଲାସ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ତୈଳ ପୂର୍ବ ମୁମ୍ବାଇର ମାହୁଲ (Mahul) ସ୍ଥିତ ରିଫାଇନାରୀକୁ ଯିବ ।

ହର୍ମୁଜ୍ ଜଳପଥ ଦେଇ ଏହି ବିଶାଳ ଜାହାଜର ସୁରକ୍ଷିତ ଆଗମନ ଭାରତର ସମ୍ଭାବ୍ୟ ତୈଳ ସଙ୍କଟକୁ କିଛି ମାତ୍ରାରେ କମ୍ କରିବ ବୋଲି ଆଶା କରାଯାଉଛି । କାରଣ ଭାରତକୁ ଆସୁଥିବା ମୋଟ ତୈଳ ଓ ଗ୍ୟାସର ଅଧାରୁ ଅଧିକ ଏହି ରାସ୍ତା ଦେଇ ଆସିଥାଏ ।

Post Views: 12
Share1Tweet1Send
Voice of Victims

Voice of Victims

Recent Posts

  • ଜୟଶଙ୍କରଙ୍କ ଫୋନ୍ କଲ୍ : ଭାରତକୁ ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି
  • ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ
  • ଯୁଦ୍ଧ ଯୋଗୁଁ ୧୧୦୦ରୁ ଅଧିକ ପିଲାଙ୍କ ଜୀବନ ବିପଦରେ, ୟୁନିସେଫ ଜାରି କଲା ରିପୋର୍ଟ
  • ଖରା ଦିନେ ହେବନି ବିଦ୍ୟୁତ କାଟ, ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ
  • ଆଇଏଏସ ସ୍ତରରେ ଅଦଳବଦଳ , ସ୍ମୃତିରଂଜନ ପ୍ରଧାନ- ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In