• About Us
  • Contact Us
Friday, March 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ ଓ ୬ ଆହତ

by Voice of Victims
March 13, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ ଓ ୬ ଆହତ

ନୂଆଦିଲ୍ଲୀ: ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ, ୬ ଆହତ । ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା ଇରବିଲରେ ଏକ ଭୟଙ୍କର ଆକ୍ରମଣରେ ଜଣେ ଫ୍ରାନ୍ସ ସୈନ୍ୟ ପ୍ରାଣ ହରାଇଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ସହିଦ ସୈନ୍ୟଙ୍କ ନାମ ଆର୍ଣ୍ଣୋଡ୍ ଫ୍ରିଓନ୍ ବୋଲି ଜଣାପଡ଼ିଛି । ଏକ ଯୁଗ୍ମ ସାମରିକ ଘାଟି ଉପରେ ଡ୍ରୋନ୍ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଥିଲା । ଏଥିରେ ପ୍ରାୟ ୬ ଜଣ ସୈନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି ।

ଫ୍ରାନ୍ସର ଏହି ସୈନ୍ୟମାନେ ସେଠାରେ ସ୍ଥାନୀୟ ସେନାକୁ ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ତାଲିମ ଦେଉଥିଲେ । ମାକ୍ରୋନ ଏହି ଆକ୍ରମଣକୁ ନିନ୍ଦା କରିବା ସହ କହିଛନ୍ତି ଯେ ଫ୍ରାନ୍ସର ସୈନ୍ୟମାନେ କେବଳ ଆତଙ୍କବାଦୀ ସଂଗଠନ ‘ଇସିସ’ (ISIS) ବିରୋଧରେ ଲଢ଼ିବାକୁ ସେଠାକୁ ଯାଇଛନ୍ତି, ଅନ୍ୟ କୌଣସି ଯୁଦ୍ଧ ସହ ସେମାନଙ୍କର ସମ୍ପର୍କ ନାହିଁ । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍ ଏବଂ ଆମେରିକା ସହ ଇରାନର ତିକ୍ତତା ବଢ଼ିବା ପରେ ଏହା ଫ୍ରାନ୍ସ ସେନା ପାଇଁ ପ୍ରଥମ ବଡ଼ କ୍ଷତି।ଏହି ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ତଦନ୍ତ ଜାରି ରହିଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ ଓ ୬ ଆହତ
  • ଏମିତି ହେଲେ ମହିଳାଙ୍କୁ କେହି ଚାକିରି ଦେବେ ନାହିଁ, ମାସିକ ଧର୍ମ ବେଳେ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
  • ରାଜ୍ୟରେ ଉତ୍କଟ ହେଉଛି ଏଲପିଜି ସଙ୍କଟ, ବଢୁଛି ଗୃହିଣୀଙ୍କ ଟେନସନ
  • ଘୋଡ଼ା ବେପାର ଭୟ, ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ
  • ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In