କଟକ, ନୂଆପଡ଼ା କୁଞ୍ଜବିହାରୀ ମନ୍ଦିର ପ୍ରାଙ୍ଗଣରେ ଥିବା ପତଞ୍ଜଳି ଯୋଗ କେନ୍ଦ୍ରରେ ବିଶ୍ଵ କିଡନୀ ଦିବସ ପାଳିତ ହୋଇଯାଇଛି। ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା ଯୋଗ ଦେଇ ନିୟମିତ ଯୋଗ ଅଭ୍ୟାସ ଓ ଶୃଙ୍ଖଳିତ ଦିନଚର୍ଯ୍ୟା ଦ୍ବାରା ଆମେ କିଡନୀକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିପାରିବା ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୀନାକ୍ଷୀ ତ୍ରିପାଠୀ, ରୀନା ଷଡ଼ଙ୍ଗୀ, ସତ୍ୟାନନ୍ଦ ରଥ, ବିଶ୍ଵଜିତ ବାରିକ ଓ ବିଶ୍ଵଜିତ ପଶାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୋଗ ଶିକ୍ଷକ ରାମଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।
