• About Us
  • Contact Us
Sunday, October 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚୋରବାଗାନ ଦୁର୍ଗା ପୂଜା ପେଣ୍ଡାଲରେ ଦୁର୍ଘଟଣା: ୧୯ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଦିଆଯିବ ସରକାରୀ ଚାକିରି

by Voice of Victims
October 18, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଚୋରବାଗାନ ଦୁର୍ଗା ପୂଜା ପେଣ୍ଡାଲରେ ଦୁର୍ଘଟଣା: ୧୯ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଦିଆଯିବ ସରକାରୀ ଚାକିରି

କୋଲକାତା: କୋଲକାତାର ଚୋରବାଗାନ ଦୁର୍ଗା ପୂଜା ପେଣ୍ଡାଲରେ ଘଟିଥିବା ଦଳାଚକଟା ଘଟଣାକୁ ଏକ ଦୁଃଖଦାୟକ ଦୁର୍ଘଟଣା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ୧୭ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣ ବିପଦମୁକ୍ତ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଏବଂ ଏକ ସରକାରୀ ଚାକିରି ଯୋଗାଇ ଦିଆଯିବ। ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ଘଟଣାର ଯାଞ୍ଚ ପାଇଁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଅନୁରୋଧ କରାଯିବ ।

ଏହି କମିଟିରେ ଏସ.ଟି.ଏଫ୍ (STF) ଏବଂ ଫୋରେନ୍ସିକ୍ ଟିମ୍ ସାମିଲ ରହିବେ। ସରକାର ପ୍ରଭାବିତ ପରିବାରଗୁଡ଼ିକ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ପ୍ରଶାସନ ରାତିସାରା କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଥାଉକି,  ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ମଣ୍ଡପରେ ହଠାତ୍ ବର୍ଷା ଯୋଗୁଁ ଠେଲାପେଲା ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବାରୁ ଏହି ବଡ଼ ବିପର୍ଯ୍ୟୟ ଘଟିଛି ।  ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ପୂଜା ମଣ୍ଡପରେ ହଜାର ହଜାର ଦର୍ଶନାର୍ଥୀଙ୍କ ସମାଗମ ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ବର୍ଷାରୁ ବର୍ତ୍ତିବା ପାଇଁ ବାହାରେ ଥିବା ଶହ ଶହ ଲୋକ ଏକାସଙ୍ଗେ ମଣ୍ଡପ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଅତ୍ୟଧିକ ଚାପ ଯୋଗୁଁ ଭୟଙ୍କର ଠେଲାପେଲା ଆରମ୍ଭ ହୋଇଥିଲା । କିଛି ଲୋକ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ସେମାନଙ୍କ ଉପରେ ଅନ୍ୟମାନେ ଚାଲିଯାଇଥିଲେ । କିଛି ରିପୋର୍ଟରେ ଭିଡ଼ ଚାପରେ ମଣ୍ଡପର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ଦାବି କରାଯାଉଛି ।

ଘଟଣା ପରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲ ଓ ନିକଟସ୍ଥ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଅଘଟଣ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚୋରବାଗାନ ପୂଜା ମଣ୍ଡପରେ ସାଧାରଣ ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଏତେ ବଡ଼ ଇଭେଣ୍ଟରେ ଭିଡ଼ ପରିଚାଳନା , ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ଉପରେ ଏବେ ପ୍ରଶ୍ନ ଉଠିଛି । ପ୍ରଶାସନ ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଆଧିକାରିକ ତଥ୍ୟକୁ ଅପେକ୍ଷା କରାଯାଇଛି । ଅଘଟଣରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଓ ପ୍ରତି ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି।

Post Views: 42
Share200Tweet125Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବଡ଼ ସଫଳତା, ଭୁବନେଶ୍ୱରରୁ ଗିରଫ ହେଲା ଅଭିଯୁକ୍ତ ଜିତେନ୍‌, ସହଯୋଗୀଙ୍କୁ ଖୋଜୁଛି ପୋଲିସ
  • ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା, ବ୍ଲକସ୍ତରୀୟ ସୁରଭି ପାଇଁ ଚୟନ ହେଲେ ପ୍ରଥମ ସ୍ଥାନ ଅଧିକାରୀ
  • ଚୋରବାଗାନ ଦୁର୍ଗା ପୂଜା ପେଣ୍ଡାଲରେ ଦୁର୍ଘଟଣା: ୧୯ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଦିଆଯିବ ସରକାରୀ ଚାକିରି
  • ଲଣ୍ଡନରେ ଧ୍ରୁବ ରାଠୀଙ୍କ ପ୍ରଦର୍ଶନ, ବିରୋଧୀଙ୍କ ନାରାବାଜିରେ ଉତ୍ତେଜନା
  • ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା, ପୀଠେ ମହାଷ୍ଟମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In