ରଣପୁର(ଭିଓଭି): ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ରଣପୁର ବ୍ଲକ ଅଧିନସ୍ଥ ଗୋପାଳପୁର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦମ୍ପତି ଶ୍ରୀମତୀ ପ୍ରଶାନ୍ତି ପାତ୍ର ଓ ଶ୍ରୀ ହୃଷୀକେଶ ପାତ୍ରଙ୍କ ସୁପୁତ୍ର ଶ୍ରୀମାନ୍ ସାଇ ରମଣ ପାତ୍ର କୃତକାର୍ଯ୍ୟ ହୋଇ ଆମ ଅଞ୍ଚଳ ପାଇଁ ଗୌରବ ଆଣିଥିବାରୁ “ଭଏସ ଅଫ ଭିକ୍ଟିମ୍ସ” ଟ୍ରଷ୍ଟ ଓ ସାପ୍ତାହିକ ଖବରକାଗଜ ପରିବାରର ଅନ୍ୟତମ ସଦସ୍ୟ ସ୍ନେହଲତା ତ୍ରିପାଠୀ ଓ ମନୀଷା ଦାଶ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା ସହିତ ନିଷ୍ଠାପର ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ନିମନ୍ତେ ଅନୁରୋଧ କରିଛନ୍ତି l

