• About Us
  • Contact Us
Saturday, May 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା, ୧୦ ହଜାର ପାଇଁ ଦେଲା ୩ ଲକ୍ଷ ଟଙ୍କା କ୍ଷତିପୂରଣ

by Voice of Victims
March 20, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା, ୧୦ ହଜାର ପାଇଁ ଦେଲା ୩ ଲକ୍ଷ ଟଙ୍କା କ୍ଷତିପୂରଣ

ସୁରଟ : ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା ।  ୧୦ ହଜାର ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ପାଇଲେ ୩ ଲକ୍ଷ ଟଙ୍କା ।  ୨୦୧୭, ଫେବୃୟାରୀ ୧୮ ତାରିଖରେ ସୁରଟର ଜଣେ ଗ୍ରାହକ ୧୦ ହଜାର ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ ।  ହେଲେ ମେସିନରୁ ଟଙ୍କା ବାହାରି ନଥିଲା ।  ତେବେ ଗ୍ରାହକଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା କଟି ଯାଇଥିଲା ।

ଟଙ୍କା କଟିଯିବାରୁ ଗ୍ରାହକ ଜଣକ ବାରମ୍ବାର ବ୍ୟାଙ୍କ ଅଫ୍ ବରୋଦା କାର୍ଯ୍ୟାଳୟକୁ ଦୌଡିଥିଲେ ।  କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ।  ଏପରିକି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସିସିଟିଭି ଫୁଟେଜ୍ ପ୍ରମାଣ ଭାବେ ଦେଖାଇଲେ ।  ତେବେ ଟ୍ରାଞ୍ଜାକ୍ସନ ସଫଳ ହୋଇଥିବା କହି ବ୍ୟାଙ୍କ ତାଙ୍କ ଅନୁରୋଧ ଏଡାଇ ଯାଇଥିଲା ।

ଫଳରେ ସୁରଟ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାହକ। ଅଦାଲତ ଏହି ମାମଲାର ବିଚାର କରି ବ୍ୟାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।  ବ୍ୟାଙ୍କ ଅଫ୍ ବରୋଦାକୁ ଗ୍ରାହକଙ୍କୁ ୩ ଲକ୍ଷ ୨୮ ହଜାର ୮୦୦ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।  ଏହାସହିତ ମୂଳ ୧୦ ହଜାର ଟଙ୍କା ଉପରେ ମଧ୍ୟ ୯ ପ୍ରତିଶତ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ବିଫଳ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ ହେବା କଥା ।  ଯଦି ନହୁଏ ତେବେ ଗ୍ରାହକଙ୍କୁ ବ୍ୟାଙ୍କ ଦିନକୁ ଶହେ ଟଙ୍କା ଲେଖାଏଁ ଜରିମାନା ଦେବାର ନିୟମ ରହିଛି ।  ସୁରତର ଗ୍ରାହକଙ୍କ କ୍ଷେତ୍ରରେ ୩,୨୮୮ ଦିନର ବିଳମ୍ବ ହୋଇଥିବାରୁ ବ୍ୟାଙ୍କକୁ ୩ ଲକ୍ଷ ୨୮ ହଜାର ୮ଶହ ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Post Views: 62
Share201Tweet126Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In