କେରଳ : ଆର୍ଜେଣ୍ଟିନା ଫୁଟବଲ ଟିମ ଏବଂ ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ନେଇ ଅଭିଯୋଗ ଆସିଛି । କେରଳ ଖେଳମନ୍ତ୍ରୀ ଅବ୍ଦୁରହିମାନ ଆର୍ଜେଣ୍ଟିନା ଫୁଟବଲ ଟିମ୍ ଏବଂ ଲିଓନେଲ ମେସି ଦେଇଥିବା କଥା ରଖିନଥିବାର ଅଭିଯୋଗ ହୋଇଛି । ୨୫୦ କୋଟି ଟଙ୍କାର ବ୍ୟବସ୍ଥା ପରେ ମଧ୍ୟ ଟିମ୍ ମ୍ୟାଚ ଖେଳିବାକୁ ଆସିନଥିବା ଅଭିଯୋଗ ହୋଇଛି ।
ଏବେ ବିଶ୍ବାସଘାତକତା ଏବଂ ଆଇନତ କାର୍ଯ୍ୟାନୁଷ୍ଠାନ କରି କ୍ଷତିପୂରଣ ଦାବି କରାଯିବ ବୋଲି କୁହାଯାଇଛି । ମନ୍ତ୍ରୀ କହିଛନ୍ତି, ଟିମ ମ୍ୟାଚ ଖେଳିବାକୁ କଥା ଦେଇଥିବା ବେଳେ ପଇସା ନେଇଛି । ହେଲେ ଆସିବାକୁ ମନା କରିଦେଇଛି । ଆର୍ଜେଣ୍ଟିନା ଟିମ୍ କେରଳ ଆସି ମ୍ୟାଚ୍ ଖେଳିବାର ଥିଲା । ଏଥିପାଇଁ ଅନେକ ଥର ବୈଠକ ହୋଇ ଆଲୋଚନା କରାଯାଇଛି । ଏଥିପାଇଁ ସରକାର ସ୍ପନସର ଏକାଠି କରିବାକୁ କଠିନ ପରିଶ୍ରମ କରିଛନ୍ତି । ଏହି ଟିମ ପାଇଁ ପାଖାପାଖି ୨୫୦ କୋଟି ଟଙ୍କାର ବ୍ୟବସ୍ଥା କରିବା ସହଜ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।
ସରକାର ସମସ୍ତ ପ୍ରସ୍ତୁତି କରିସାରିଥିବା ବେଳେ ଟିମ ପଇସା ନେଇ ମଧ୍ୟ ଖେଳିବାକୁ ଆସିନାହିଁ । ଆମ ସହିତ ବିଶ୍ବାସଘାତକତା ହୋଇଛି । ଯାହା ଆମେ କେବ ଆଶା କରିନଥିବା କଥା କହିଛନ୍ତି ମନ୍ତ୍ରୀ । ତେବେ ଆର୍ଜେଣ୍ଟିନା ଟିମ୍ ଏଭଳି ଅନ୍ୟ ୫ଟି ଦେଶ ସହିତ କରିଛି । ପଇସା ନେଇଛି କିନ୍ତୁ ଖେଳିବାକୁ ଆସିନାହିଁ । ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ସମଗ୍ର ଘଟଣାକୁ ନେଇ ନିରାଶ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । କେରଳ ଫୁଟବଲ ପ୍ରେମୀଙ୍କୁ ବଡ଼ ଝଟକା ଲାଗିଛି ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ଘୋଷଣା ହୋଇଥିଲା କି, ଆର୍ଜେଣ୍ଟିନା ଟିମ୍ ଏବଂ ଲିଓନେଲ ମେସି ମାର୍ଚ୍ଚରେ କେରଳ ଆସିବେ ।
