• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା

by Voice of Victims
February 12, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି। ଓଡ଼ିଶା ଜୈବବିବିଧତା ବୋର୍ଡ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ଅଞ୍ଚଳରେ ଅତି କମରେ ୬୦୮ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି । ଏମାନଙ୍କ ମଧ୍ୟରେ ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ , ୧୮୮ ପ୍ରଜାତିର ପକ୍ଷୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ, ୪୫ ପ୍ରଜାତିର ମାଛ, ୧୪୧ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର କୀଟ, ୪୧ କଳି ପ୍ରଜାତି, ୩୦ ପ୍ରଜାତିର ବୁଢିଆଣୀ, ୬ ପ୍ରଜାତିର କଙ୍କଡା ବିଛା ଏବଂ ୨୦ ବିଭିନ୍ନ ଅମେରୁଦଣ୍ତୀ ପ୍ରାଣୀ ଅନ୍ତର୍ଭୁକ୍ତ । ଏଠାରେ ମଧ୍ୟ ବଉଳା କୁମ୍ଭୀର, ଏକକ ପ୍ରଜାତିର ବେଙ୍ଗ ଓ ପାହାଡିଆ ଝିଟିପିଟି ଦେଖାଯାନ୍ତି। ଏହା ବ୍ୟତୀତ, ଗୁପ୍ତେଶ୍ଵର ଜଙ୍ଗଲରେ କଳା ବାଜପକ୍ଷୀ, ମାଲବାର ଟ୍ରୋଗନ, ପାହାଡିଆ ବଣି , ଧଳା ପେଟ ବିଶିଷ୍ଟ କାଠହଣ। ପକ୍ଷୀ, ଏକ ଭିନ୍ନ ପ୍ରଜାତିର କୋଇଲି ଆଦି ପକ୍ଷୀଙ୍କର ସନ୍ଧାନ ମିଳିଛି। ଦକ୍ଷିଣ ଓଡିଶାରେ ଦେଖାଯାଉଥିବା ୧୬ ଟି ଚେମେଣି ପ୍ରଜାତି ମଧ୍ୟରୁ ୮ଟି ପ୍ରଜାତି ଗୁପ୍ତେଶ୍ଵରର ରହସ୍ୟମୟ ନୂନପଥର ଗୁମ୍ଫାମାନଙ୍କରେ ଥାଆନ୍ତି। ସେଥୁମଧ୍ୟରୁ ୨ଟି ଚେମେଣି ପ୍ରଜାତି ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ତଥ୍ୟ ଅନୁଯାୟୀ ବିଲୁପ୍ତ ପ୍ରାୟ ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ଜଙ୍ଗଲରେ ମଧ୍ୟ ଉଭିଦମାନଙ୍କର ଏକ ସମୃଦ୍ଧ ବିବିଧତା ରହିଛି । ୧୮୨ ପ୍ରଜାତିର ବୃକ୍ଷ, ୭୬ ପ୍ରଜାତିର ଗୁଳ୍ମ , ୧୭୭ ତୃଣ ଜାତୀୟ ଉଭିଦ, ୬୯ ପ୍ରଜାତିର ଲତା, ୧୪ ଅର୍କିଡ ପ୍ରଜାତିର ବୃକ୍ଷରାଜି ସହ ବିଲୁପ୍ତ ପ୍ରାୟ ପ୍ରଜାତିର ଗଛ ଯଥା ଫଣଫଣା, ପାତାଳଗରୁଡ, ଗୁରୁଡୁ, ବରୁଣ, ପ୍ରଶାରୁଣୀ, ପାଣିକୁମୁମ , ଗାଇଗୁଟିଆ , ମୟୁରଲେଣ୍ଡୀ ଆଦି ରହିଛି। ଏହା ବ୍ୟତୀତ ଚାଷ ଓ ଶିଳ୍ପ ଉପଯୋଗୀ ଗୁରୁତ୍ଵପୂର୍ଣ୍ଣ ଜଙ୍ଗଲଜାତୀୟ ଅଦା ଓ ହଳଦୀ ପ୍ରଜାତିର ଅଣୁଜୀବ ମଧ୍ୟ ଏହି ଜଙ୍ଗଲ ପରିସଂସ୍ଥାନରେ ଅଛନ୍ତି। ହଳଦୀ କୁଣ୍ଡ (ଗୁପ୍ତେଶ୍ଵର ) ଜୈବବିବିଧତା ପରିଚାଳନା ସମିତି , ଜଯପୁର ବନଖଣ୍ତ ଏବଂ ଏମ. ଏସ. ସ୍ଵାମୀନାଥନ ରିସର୍ଟ ଫାଉଣ୍ଡେସନ ପକ୍ଷରୁ ଗୁପ୍ତେଶ୍ଵରକୁ ଜୈବବିବିଧତା ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିବାକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ ମାନେ ସ୍ଵାଗତ କରି ଏହା ଦ୍ଵାରା ଜୈବବିବିଧତା ସଂରକ୍ଷଣ ହେବ ଏବଂ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ନୂଆ ଜୀବିକା ମାଧ୍ୟମ ଖୋଲିବ ବୋଲି ମତ ଦେଇଛନ୍ତି। ଓଡିଶା ଜୈବବିବିଧତା ବୋର୍ଡର ଅଧକ୍ଷ୍ୟା ଡ.ମୀତା ବିଶ୍ଵାଳ ଓ ସଦସ୍ୟ ସଚିବ ଡ.ନିହାର ରଞ୍ଜନ ନାୟକ ବୋର୍ଡ ର ଗବେଷକ, ବୈଜ୍ଞାନିକ ଏବଂ ହଳଦୀ କୁଣ୍ଡ ଜୈବବିବିଧତା ପରିଚାଳନା ସମିତିକୁ ଅଭିନନ୍ଦନ ଜଣାଇଛନ୍ତି।

Post Views: 93
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In