ଭୁବନେଶ୍ୱର : ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା । ଖୁବଶୀଘ୍ର ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI ଓଡ଼ିଶା । SITI ହେଉଛି ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବେ ଗଭର୍ଣ୍ଣିଂ କାଉନସିଲର ଅଧକ୍ଷ । SITI ଓଡ଼ିଶା ସରକାରଙ୍କ ଏକ ଥିଙ୍କଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ଗଭର୍ଣ୍ଣିଂ କାଉନସିଲର ନେତୃତ୍ୱ ନେବେ । ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବେ ଏକ ପରିଚାଳନା ପରିଷଦ ରହିବ ।
ଦୀର୍ଘ ବର୍ଷ ଧରି ରାଜ୍ୟର ଯୋଜନା ପ୍ରସ୍ତୁତ କରୁଥିବା ବୋର୍ଡ ଏବେ ଆଧୁନିକ ଓ ପରିବର୍ତ୍ତିତ ରୂପରେ ଆସିଛି। ଏହାର ଲକ୍ଷ୍ୟ ହେଉଛି ‘ନୀତି ଓ ବିକାଶ’। ଏହା ସହିତ ଜଣେ ଉପାଧ୍ୟକ୍ଷ, ଚାରି ପୂର୍ଣ୍ଣକାଳୀନ ସଦସ୍ୟ, ନଅ ଜଣ ପଦାଧିକାରୀ ଏବଂ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପଡିବ।
