• About Us
  • Contact Us
Sunday, July 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’

by Voice of Victims
July 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’

ରଣପୁର, ୨୬/୦୭ : ରଣପୁର ସ୍ଥିତ ନବୀନ ଯୁଗଳ ଆଇ.ଟି.ଆଇ. ପରିସରରେ ‘ଆମ ସାହିତ୍ୟ ଘର’ ର ଏକ ସାଧାରଣ ବୈଠକ ସଭାପତି ଉମାକାନ୍ତ ଦାସଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସ୍ଥାର ବିଗତ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା।

ବୈଠକରେ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପମାତ୍ରା ବୃଦ୍ଧି ଓ ଏହାର କୁପ୍ରଭାବ ସ୍ୱରୂପ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନରେ ସମସ୍ତଙ୍କ ସହଭାଗିତାକୁ ଗୁରୁତ୍ୱ ଦେଇ ଆସନ୍ତା ଅଗଷ୍ଟ ୧ ତାରିଖରେ କଳିଙ୍ଗ ଲୋଟସ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଆବାହକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ଅଶୋକ କୁମାର ଦାଶ, ଶୁଭେନ୍ଦ୍ର କୁମାର ସିଂଦେଓ, ସୁଶୀଲ କୁମାର ରଣା, ବିଭୁ ପ୍ରସାଦ ମଲ୍ଲିକ, ବିଭୂତି କୁମାର ଜେନା, ପ୍ରତାପ କୁମାର ମହାନ୍ତିଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ସଂଗଠନର ଉନ୍ନତି ଓ ସମାଜମଙ୍ଗଳ ପାଇଁ ନିଜ ନିଜର ଗଠନମୂଳକ ମତାମତ ପ୍ରଦାନ କରିଥିଲେ। ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଚେତନତାକୁ ନେଇ ନିରନ୍ତର କାର୍ଯ୍ୟ କରୁଥିବା ‘ଆମ ସାହିତ୍ୟ ଘର’ ର ଏହି ନିଷ୍ପତ୍ତି ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • Akshar Yoga Kendraa’s Divine Mahaprabhu Prasad Seva During Shri Jagannath Ratha Yatra 2026
  • ଦ୍ୱିତୀୟ ଶ୍ରୀକ୍ଷେତ୍ରର ସିଂହଦ୍ୱାରରେ ଲାଗିଲା ତିନି ରଥ, ଲକ୍ଷ୍ମୀ–ନାରାୟଣ ଭେଟରେ ଭକ୍ତିମୟ ପରିବେଶ; ଅଧର ପଣା ଓ ପହଣ୍ଡି ବିଜେ ପାଇଁ ପ୍ରସ୍ତୁତି
  • ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’
  • ବଡ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର, ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ
  • ଅନ୍ତର୍ଜାତୀୟ ମାନବ ଅଧିକାର ଫୋର୍ସ ର ଘୋଷଯାତ୍ରା ରେ ଭକ୍ତ ସେବା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In