ପୁରୀ (ଭିଓଭି): ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଆନ୍ତର୍ଯାତୀୟ ମାନବିକ ଅଧିକାର ଫୋର୍ସ (IHRF)ର ଚେୟାରମ୍ୟାନ ଇଂ. ବିଶ୍ୱଜିତ ମଲିକଙ୍କ ବଳିଷ୍ଠ ପାରଦର୍ଶୀ ମୂଳକ ପରିଚାଳନା ରେ ଶତାଧିକ ସମର୍ପିତ କାର୍ଯ୍ୟକର୍ତ୍ତା କ୍ଷୁଧାର୍ଥ, ଓ ତୃଷାର୍ତ୍ତ ଭକ୍ତଙ୍କୁ ଖାଦ୍ୟ ଏବଂ ଜଳ ବଣ୍ଟନ ସେବା ଯୋଗାଇ ଦେଇଥିଲେ। ରଥଯାତ୍ରା ଦିନ ପ୍ରାୟ 5000 ଭକ୍ତଙ୍କ ପାଇଁ ନିଃଶୁଳ୍କ ଅନ୍ନଦାନ ର ବ୍ୟବସ୍ଥା ଜଗନ୍ନାଥ ବଲ୍ଲଭ ପରିସରରେ IHRF ପକ୍ଷରୁ ଆୟୋଜନ କରାଯାଇଥିଲା। ପ୍ରବଳ ମେଘ, ପବନ କୁ ଖାତିର ନକରି, ଅନୁଷ୍ଠାନ ର ସଭ୍ୟା / ସଭ୍ୟ ମାନେ ଭକ୍ତ ମାନଙ୍କୁ ସେବା ଯୋଗାଇଦେବାର ଦେଖିବାକୁ ମିଳିଥିଲା।
ସେହିପରି ବାହୁଡ଼ାଯାତ୍ରା ଦିନ ମଧ୍ୟ ବଡଦାଣ୍ଡ ନାୟକ ପ୍ଲାଜ଼ା ସମ୍ମୁଖ ଭାଗରେ ଶୁଖିଲା ଖାଦ୍ୟ ଯଥା ବିସ୍କୁଟ, ପାଣି ବୋତଲ ଅନୁଷ୍ଠାନ ତରଫରୁ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରାନ୍ତର ଗଭର୍ଣ୍ଣିଙ୍ଗବଡ଼ି ର ଓମେନ୍ସ ଚିଫ ସେକ୍ରେଟାରୀ ଗୀତାଞ୍ଜଳି ପଣ୍ଡା, ଓଡିଶା ପ୍ରାନ୍ତର ଗଭର୍ଣ୍ଣିଙ୍ଗ ବଡ଼ି ପ୍ରେସିଡେଣ୍ଟ ପ୍ରଭାତୀ ସାହୁ, ପୁରୀ ଜିଲ୍ଲା ଓମେନ୍ସ ପ୍ରେସିଡେଣ୍ଟ ସବିତା ମିଶ୍ର, ପୁରୀ ଜିଲ୍ଲା ଚିଫ ସେକ୍ରେଟାରୀ ଲଲାଟେନ୍ଦୁ ମିଶ୍ର, ସନ୍ଦୀପ କର୍ମକାର, ସନ୍ତୋଷ ସାର, ପ୍ରକାଶ ସାହୁ, କେନ୍ଦ୍ରାପଡା ରୁ ଜ୍ୟୋତିର୍ମୟ ପରିଡା, ବିଜୟଲକ୍ଷ୍ମୀ ମହାପାତ୍ର, ସ୍ବର୍ଣ୍ଣମୟୀ ବିଶ୍ୱାଳ, ଆଦି ଅନେକ ସଦସ୍ୟ, ସଦସ୍ୟା ଯୋଗଦାନ କରିଥିଲେ। ମହାପ୍ରଭୁ ଙ୍କ ପବିତ୍ର ସୁନାବେଶ ରେ ମଧ୍ୟ ସେହିପରି ଶୁଖିଲା ଖାଦ୍ୟ ବଡଦାଣ୍ଡ ର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ରେ ବଣ୍ଟନ କରାଯାଇଥିଲା। ସତ୍ୟ, ଧର୍ମ, ନ୍ୟାୟ, ଓ ପରୋପକାର ନୀତିରେ ବିଶ୍ୱାସ କରୁଥିବା ସଂଗଠନଟି, ସମାଜ କଲ୍ୟାଣ ଉଦେଶ୍ୟରେ ହିଁ ସମର୍ପିତ ବୋଲି ଶ୍ରୀଯୁକ୍ତ ମଲିକ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।
