• About Us
  • Contact Us
Wednesday, May 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଶ୍ଚିମବଙ୍ଗ ଫାଲଟା ନିର୍ବାଚନ, ୪୮ ଘଣ୍ଟା ପୂର୍ବରୁ ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

by Voice of Victims
May 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପଶ୍ଚିମବଙ୍ଗ ଫାଲଟା ନିର୍ବାଚନ, ୪୮ ଘଣ୍ଟା ପୂର୍ବରୁ ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଖବର । ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ ବ୍ୟକ୍ତିଗତ କାରଣରୁ ନାମ ପ୍ରତ୍ୟାହାର କରୁଛନ୍ତି ବୋଲି ଟିଏମସି କହିଛି । ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।

ଜାହାଙ୍ଗୀର ଖାନ୍ କହିଛନ୍ତି, ମୁଁ ଫାଲଟାର ପୁଅ..ଆଉ ମୁଁ ଚାହୁଁଛି ଫାଲଟାରେ ଶାନ୍ତି ରହୁ.. ବିକାଶ ହେଉ । ଆମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଫାଲଟାର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାଜେକ୍ ଦେଉଛନ୍ତି । ତେଣୁ ମୁଁ ନିର୍ବାଚନ କ୍ଷେତ୍ରରୁ ପୁନଃ ମତଦାନରୁ ନିଜକୁ ଅଲଗା କରୁଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା । ଏହାପରେ ଭାରତୀୟ ନିର୍ବାଚନ କମିଶନ ଏହି ଆସନର ସମସ୍ତ ୨୮୫ଟି ବୁଥରେ ମେ ୨୧ ତାରିଖରେ ନୂଆ ଭାବେ ପୁନଃ-ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଫାଲ୍ଟାର ଫଳାଫଳ ସ୍ଥଗିତ ରଖାଯାଇଥିଲା । ଏହି ଆସନରେ ଆସନ୍ତା ମେ ୨୪ ତାରିଖରେ ଭୋଟ ଗଣତି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।

ନିର୍ବାଚନ ସମୟରେ ଜାହାଙ୍ଗୀର ଖାନ ବେଶ୍ ଚର୍ଚ୍ଚାରେ ଥିଲେ । ସେ ଉତ୍ତର ପ୍ରଦେଶର ଜଣେ ପ୍ରମୁଖ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିୟୋଜନ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ଏହା ବଙ୍ଗଳା । ଯଦି ସେ ସିଘଂମ, ତେବେ ମୁଁ ପୁଷ୍ପା । ଏହି ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୨୫ର ରାୟକୁ ରଖିଲେ ବଳବତ୍ତର
  • ପଶ୍ଚିମବଙ୍ଗ ଫାଲଟା ନିର୍ବାଚନ, ୪୮ ଘଣ୍ଟା ପୂର୍ବରୁ ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ
  • ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ
  • ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ସହ ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ସିପିଆଇ (ଏମ) ଗଣ ପ୍ରତିବାଦ
  • କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଆର୍ଟ୍ ଅଫ୍ ଗିଭିଂ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In