• About Us
  • Contact Us
Monday, October 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉଡ଼ନ୍ତା ବିମାନରେ ବୋମା ଧମକ, ଯାତ୍ରୀଙ୍କୁ କରାଗଲା ସୁରକ୍ଷିତ ଅବତରଣ

by Voice of Victims
October 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଉଡ଼ନ୍ତା ବିମାନରେ ବୋମା ଧମକ, ଯାତ୍ରୀଙ୍କୁ କରାଗଲା ସୁରକ୍ଷିତ ଅବତରଣ

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିଲା ବିମାନ । ହଠାତ୍ ଆସିଲା ବୋମା ଥିବା ଧମକ । ଆଉ ଏହାପରେ ଯାତ୍ରୀଙ୍କଠାରୁ ସୁରକ୍ଷା ଏଜେନ୍ସି ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଖେଳିଗଲା ଆତଙ୍କ । ଇସ୍ରାଏଲର ତେଲ୍ ଆଭିଭ୍ରୁ ଅଷ୍ଟ୍ରିଆର ରାଜଧାନୀ ଭିଏନା ଯାଉଥିବା ଏକ ବିମାନରେ ବୋମା ଧମକ ମିଳିବା ପରେ ବୁଲଗେରିଆର ରାଜଧାନୀ ସୋଫିଆରେ ବିମାନଟିର ଜରୁରୀ ଅବତରଣ କରାଯାଇଛି । ବିମାନରେ ୫୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବର୍ତ୍ତମାନ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ରହିଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି । ପୁଣି ଉଡ଼ନ୍ତା ବିମାନରେ ବୋମା ଧମକକୁ ନେଇ ହଇଚଇ । ଅଷ୍ଟ୍ରିଆନ୍ ଏୟାରଲାଇନ୍ସର ଏକ ଏୟାରବସ୍ A320 ବିମାନ ଇସ୍ରାଏଲର ତେଲ୍ ଆଭିଭରୁ ଅଷ୍ଟ୍ରିଆର ଭିଏନା ଅଭିମୁଖେ ଯାଉଥିଲା । ବିମାନରେ ୫୧ ଜଣ ଯାତ୍ରୀଙ୍କ ସହ ୬ ଜଣ କ୍ରୁ ସଦସ୍ୟ ଥିଲେ । ଉଡ଼ାଣ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ରୋମାନିଆ ନିକଟରେ ବିମାନରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା ।

ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇଉଠିଥିଲେ । ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିମାନଟିକୁ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳକୁ ନ ନେଇ ବୁଲଗେରିଆର ରାଜଧାନୀ ସୋଫିଆକୁ ଡାଇଭର୍ଟ କରାଯାଇଥିଲା । ସେଠାରେ ବିମାନଟିର ଜରୁରୀ ଅବତରଣ କରାଯାଇଥିଲା । ଅବତରଣ ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବାକୁ କୁହାଯାଇଥିଲା । ଏହାପରେ ସୁରକ୍ଷା କର୍ମୀମାନେ ବିମାନରେ ବିସ୍ଫୋରକ ସାମଗ୍ରୀ ଥିବା ସମ୍ଭାବନାକୁ ନେଇ ଯାଞ୍ଚ ଆରମ୍ଭ କରିଥିଲେ । ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ଫ୍ଲାଇଟରାଡାର୍ ରିପୋର୍ଟ ଅନୁଯାୟୀ, ବିମାନଟି ରାତି ପ୍ରାୟ ୯ଟା ୧୦ ମିନିଟରେ ରୋମାନିଆର ଆକାଶସୀମାରେ ପ୍ରବେଶ କରିଥିଲା । ଏହାପରେ ବିମାନଟି ନିଜର ଗତିପଥ ପରିବର୍ତ୍ତନ କରି ଦକ୍ଷିଣ ଦିଗକୁ ମୁହାଁଇଥିଲା ଏବଂ ବୁଲଗେରିଆ ଆଡ଼କୁ ଫେରିଥିଲା । ଶେଷରେ ସୋଫିଆରେ ଏହାର ଅବତରଣ ହୋଇଥିଲା ।

ଅନ୍ୟ ଏକ ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ADS-B ଏକ୍ସଚେଞ୍ଜର ତଥ୍ୟ ଅନୁସାରେ, ସେହି ସମୟରେ ବିମାନର ଟ୍ରାନ୍ସପଣ୍ଡରରୁ ୭୭୦୦ ସ୍କ୍ୱାକ୍ କୋଡ୍ ପ୍ରସାରଣ ହେଉଥିଲା । ବିମାନ ଚଳାଚଳ କ୍ଷେତ୍ରରେ ଏହି କୋଡ୍ ସାଧାରଣତଃ ଜରୁରୀକାଳୀନ ପରିସ୍ଥିତି ସୂଚାଇବା ପାଇଁ ବ୍ୟବହୃତ ହୋଇଥାଏ । ଏପଟେ, ଫ୍ଲାଏଦୁବାଇ ବିମାନକୁ ହାଇଜାକ୍ କରିବା ଉଦ୍ୟମ ଘଟଣାକୁ ଏକ ମାସ ମଧ୍ୟ ପୂରିନଥିବା ବେଳେ ପୁଣି ଏକ ବିମାନରେ ବୋମା ଧମକ ମିଳିବା ଘଟଣା ବିମାନ ଯାତ୍ରାର ସୁରକ୍ଷାକୁ ନେଇ ଚର୍ଚ୍ଚା ବଢ଼ାଇଛି । ତେବେ ବିମାନରେ ବୋମା ଥିବା ନେଇ ମିଳିଥିବା ଧମକର ସତ୍ୟତା କ’ଣ ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଓ ସୁରକ୍ଷା ଯାଞ୍ଚ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ । ବର୍ତ୍ତମାନ ସମସ୍ତଙ୍କ ନଜର ସୁରକ୍ଷା ଯାଞ୍ଚର ରିପୋର୍ଟ ଉପରେ ରହିଛି ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ବୀରାଷ୍ଟମୀ ରେ ବାଲେଶ୍ଵରରେ ପ୍ରସିଦ୍ଧ ବାଡିଖେଳ
  • ଲକ୍ଷାଧିକ ଭକ୍ତଙ୍କ ସମାଗମ, ଧୁମ୍‌ଧାମରେ ହେଲା ଛତର ଯାତ୍ରା
  • ନିର୍ବାଚନ କମିଶନ ବିବାଦରେ ନୂଆ ମୋଡ଼, ଜଗନଙ୍କ ମତକୁ ନେଇ ରାଜନୀତି ସରଗରମ
  • ଗୁଳିକାଣ୍ଡ ପରେ ଟାଇଗରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ
  • ଉଡ଼ନ୍ତା ବିମାନରେ ବୋମା ଧମକ, ଯାତ୍ରୀଙ୍କୁ କରାଗଲା ସୁରକ୍ଷିତ ଅବତରଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In