ମାଁ ମାଣିକେଶ୍ବରୀଙ୍କ ପ୍ରଶିଦ୍ଧ ଛତର ଯାତ୍ରା ଆଜି ଅନୁଷ୍ଠିତ ହୋଇ ଯାଇଛି । ଏଥିପାଇ ଚଳଚଞ୍ଚଳ ହୋଇ ଉଠଥିଲା ଭବାନିପାଟଣା ସହର । ମାଁଙ୍କ ପୀଠରେ ମହାଷ୍ଟମୀ ରାତିରେ, ଗୁପ୍ତପୂଜା ପରେ ମାଁଙ୍କ ଛତର କୁ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠ ରେ ଥିବା ଜେନାଖାଲ କୁ ନିଆଯାଇଥାଏ । ଜେନାଖାଲ ରେ ଗୁପ୍ତ ପୂଜା ପରେ ପରେ ମହାନବମୀ ର ପ୍ରାତଃ କାଳରେ ର୍ମାଁଙ୍କ ବିଜୟ ପ୍ରତିମା ଛତର ଭୋର ୫ଟା ରେ ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତନ ଆରମ୍ଭ କରିଥଲେ ।
ମାଁ ଙ୍କ ଦର୍ଶନ ଓ ଆଶିର୍ବାଦ ଭିକ୍ଷା ପାଇଁ ଜେନାଖାଲ ଠାରୁ ମନ୍ଦିର ପ୍ରାୟ ୩ କି.ମି ପଥରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ମାନସିକ ଭାବେ ଦେବୀଙ୍କ ରାସ୍ତାରେ ଛତରକୁ ଧୂପ, ଦୀପ, ନୈବଦ୍ୟ ଅର୍ପଣ କରିବା ଓ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପାର ବି ଦେଖିବାକୁ ମିଳିଥିଲା । ଏପରିକି ଶାନ୍ତିର ପାରା ଛତର ଉପରେ ବସି ମନ୍ଦିରକୁ ଯିବା ଦେବୀଙ୍କ ପ୍ରତ୍ୟକ୍ଷତା ବୋଲି ବିଶ୍ୱାସ ରହିଛି ।
ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ନିୟୋଯିତ ହୋଇଛନ୍ତି । ଶେଷରେ ମା ଛତର ସକାଳ ପ୍ରାୟ ୭.୪୫ ରେ ପହଞ୍ଚିବା ପରେ ଉପସ୍ଥିତ ରାଜ ପରିବାର ପ୍ରତିନିଧି ଓ ପୂଜକ ଦେବୀଙ୍କ ଛତର କୁ ମନ୍ଦିରର ଗର୍ଭ ଗୃହ କୁ ପାଛୋଟି ନେଇ ଥିଲେ । ଏହାସହ ସମ୍ପନ୍ନ ହୋଇଥିଲା ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ।
